- ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପିତ
- ଲଗାତାର ୯ମ ଥର ପାଇଁ ବଜେଟ୍ ଆଗତ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
- ବିଗତ ୧୧ ବର୍ଷର ଆର୍ଥିକ ଅଭିବୃଦ୍ଧି ନେଇ ରଖିଲେ ତଥ୍ୟ ଅର୍ଥମନ୍ତ୍ରୀ
- ବିକଶିତ ଭାରତ ଲକ୍ଷ୍ୟ ନେଇ ଦେଶ ଆଗକୁ ବଢ଼ୁଛି
- ଚଳିତ ବଜେଟ୍ ଯୁବ ଶକ୍ତି ବଜେଟ୍ ହେବାକୁ ଯାଉଛି, କର୍ତ୍ତବ୍ୟ ଭବନରେ ଏହା ଆମର ପ୍ରଥମ ବଜେଟ୍
- ଆମର ପ୍ରଥମ କର୍ତ୍ତବ୍ୟ ହେଉଛି ସବ୍କା ସାଥ୍ ସବ୍କା ବିକାଶ, ଆମ ସରକାର ନିଯୁକ୍ତି ଓ ଉତ୍ପାଦନ ବୃଦ୍ଧିକୁ ଗୁରୁତ୍ଵ ଦେଉଛି
- ବିରଳ ମୂର୍ତ୍ତିକା କରିଡର ନେଇ ବଜେଟ୍ରେ ଘୋଷଣା – କେରଳ , ଓଡିଶା ଦେଇ ହେବ ବିରଳ ମୂର୍ତ୍ତିକା କରିଡର
- ଓଡିଶା ସମେତ ୫ ରାଜ୍ୟରେ ହେବ ଖଣିଜ କରିଡର
- ଓଡିଶା , କେରଳ , ତାମିଲନାଡୁ, ଛତିଶଗଡ ଏବଂ ଝାଡଖଣ୍ଡ
- ଭାରତକୁ ବାୟୋଫାର୍ମା ହବ୍ କରିବାକୁ ବଡ ଘୋଷଣା, ବାୟୋଫାର୍ମା ଉଦ୍ୟୋଗ ପାଇଁ ୧୦ ହଜାର କୋଟି ନିବେଶ, ୫ ବର୍ଷରେ ବ୍ୟୟ କରିବା ନେଇ ଘୋଷଣା
- ବାରଣାସୀ ଓ ପାଟଣାରେ ଜାହାଜ ମରାମତି ଇକୋ ସିଷ୍ଟମ୍ , ୭ଟି ହାଇସ୍ପିଡ୍ ରେଲଓ୍ବେ କରିଡର ନିର୍ମାଣ ହେବ
- ବାରଣାସୀ-ସିଲିଗୁଡି , ଦିଲ୍ଲୀ -ବାରଣାସୀ , ମୁମ୍ବାଇ-ପୁନେ, ହାଇଦ୍ରାବାଦ-ଚେନ୍ନାଇ ହାଇସ୍ପିଡ୍ ରେଲଓ୍ବେ କରିଡର ହେବ
- ଛୋଟ ସହରରେ ତୀର୍ଥସ୍ଥଳକୁ ବିକଶିତ କରାଯିବ – ଅର୍ଥମନ୍ତ୍ରୀ
- ସେମିକଣ୍ଡକ୍ଟର ୨.୦ ନେଇ ବଜେଟ୍ ରେ ଘୋଷଣା – ଶିଳ୍ପଭିତ୍ତିକ ରିସର୍ଚ ଓ ଟ୍ରେନିଂକୁ ଗୁରୁତ୍ଵ , କୁଶଳୀ ବ୍ୟକ୍ତି ସୃଷ୍ଟି କରିବାକୁ ପ୍ରାଧାନ୍ୟ
- ତ୍ରିମୁଖୀ ପଦ୍ଧତି ମାଧ୍ୟମରେ ଚାମ୍ପିଅନ୍ MSME ସୃଷ୍ଟି କରିବା
- ୧୦,୦୦୦ କୋଟି SME ଅଭିବୃଦ୍ଧି ପାଣ୍ଠି ମାଧ୍ୟମରେ ଇକ୍ୱିଟି ସହାୟତା, ଆତ୍ମନିର୍ଭରଶୀଳ ଭାରତ ପାଣ୍ଠିକୁ ୨,୦୦୦ କୋଟି ଟପ୍-ଅପ୍, TREDS ପ୍ଲାଟଫର୍ମ ମାଧ୍ୟମରେ ତରଳତା ସହାୟତା
୨୦୨୬-୨୭ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍






