ଓଡ଼ିଶା

ଭଡ଼ାଘରୁ ଅଧ୍ୟାପିକାଙ୍କ ମୃତଦେହ ଉଦ୍ଧାର

ବେଗୁନିଆ : ଅଧ୍ୟାପିକାଙ୍କ ସନ୍ଦେହଜନକ ମୃତ୍ୟୁ । ଭଡ଼ାଘରୁ ଝୁଲନ୍ତା ଅବସ୍ଥାରେ ଅଧ୍ଯାପିକାଙ୍କ ମୃତଦେହ ଉଦ୍ଧାର । ମୃତକ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ଯାପିକା ବର୍ଷାରାଣୀ ଗଜେନ୍ଦ୍ର । ବୋଲଗଡର ଏକ ଭଡାଘରେ ଏକୁଟିଆ ରହୁଥିଲେ ଅଧ୍ୟାପିକା ବର୍ଷାରାଣୀ । ତାଙ୍କ ଘର ନିକଟସ୍ଥ ହାଟବସ୍ଥ ଗାଁର । ବର୍ଷାରାଣୀ ଆଜି ସକାଳୁ ପରିବାର ଲୋକଙ୍କ ଫୋନ ନଉଠାଇବାରୁ ପରିବାର ଲୋକ ବୋଲଗଡ ଆସି ବର୍ଷାରାଣୀ ରହୁଥିବା ଘରେ ପହଞ୍ଚିଥିଲେ । ସେଠାରେ ଝିଅର ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ବୋଲଗଡ ପୋଲିସ ମୃତଦେହ ଜବତ ସହ ମୃତ୍ୟୁର କାରଣ ନେଇ ତଦନ୍ତ ଚଳାଇଛନ୍ତି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL