ଓଡ଼ିଶା

ନନ୍ଦନକାନନରେ ୮ ଦିନରେ ମଲେଣି ୫ ବଉଳା କୁମ୍ଭୀର

ବାରଙ୍ଗ : ୮ ଦିନରେ ୫ ବଉଳା କୁମ୍ଭୀରଙ୍କ ମୃତ୍ୟୁ । ଚିନ୍ତାରେ ନନ୍ଦନକାନନ କର୍ତ୍ତୃପକ୍ଷ । ମୃତ୍ୟୁର କାରଣ ଅସ୍ପଷ୍ଟ । ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ।  ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ଦ୍ଵାରା ମୃତ ଓ ଜୀବିତ କୁମ୍ଭୀରର ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି ।

ସୂଚନା ଅନୁଯାୟୀ, ଚଳିତ ବର୍ଷ ୨୩ ଜାନୁଆରୀରୁ ୩୦ ଜାନୁଆରୀ ମଧ୍ୟରେ ମୋଟ ପାଞ୍ଚଟି ଲୁଣିପାଣି କୁମ୍ଭୀରଙ୍କ ମୃତ୍ୟୁ ହୋଇଛି । କୁମ୍ଭୀରଙ୍କ ମୃତ୍ୟୁ ପୂର୍ବରୁ, ଦୁର୍ବଳତା ଏବଂ ଭୋକ ହ୍ରାସର ଲକ୍ଷଣ ଦେଖାଇଥିଲେ । ହେଲେ କୌଣସି ବାହ୍ୟ ଆଘାତ କିମ୍ବା ଅସ୍ୱାଭାବିକ ଆକ୍ରମଣାତ୍ମକ ଆଚରଣ ପରିଲକ୍ଷିତ ହୋଇନଥିବା ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ପ୍ରଥମ କୁମ୍ଭୀର ମୃତ୍ୟୁ ପରେ ତୁରନ୍ତ ‘ସେଣ୍ଟର୍ ଫର୍ ୱାଇଲ୍ଡ ଲାଇଫ ହେଲଥ୍’ ସହିତ ପରାମର୍ଶ କରାଯାଇଥିଲା । ସେମାନଙ୍କ ପରାମର୍ଶ ଅନୁଯାୟୀ ପ୍ରତିରୋଧକ ଏବଂ ସହାୟକ ପଦକ୍ଷେପ ଭାବରେ ସମସ୍ତ ବଞ୍ଚିଥିବା କୁମ୍ଭୀରଙ୍କୁ ଆଣ୍ଟିବାୟୋଟିକ୍ ଚିକିତ୍ସା ଦିଆଯାଇଥିଲା । ଏକକାଳୀନ, ଖୁଆଡ ସମ୍ପୂର୍ଣ୍ଣ ସଫା କରାଯାଇଥିଲା । ଏବଂ ପରିଚ୍ଛନ୍ନତା ବଜାୟ ରଖିବା ଏବଂ ଜୈବ ସୁରକ୍ଷା ପଦକ୍ଷେପକୁ ସୁଦୃଢ଼ କରିବା ପାଇଁ ନିୟମିତ ଜୀବାଣୁନାଶକ ଦ୍ରବଣ ସିଞ୍ଚନ ଜାରି ରହିଛି । ଚୂଡ଼ାନ୍ତ ପରୀକ୍ଷା ରିପୋର୍ଟ ପାଇବା ପରେ ହିଁ ମୃତ୍ୟୁର ସଠିକ୍ କାରଣ ଜଣା ପଡ଼ିବ ବୋଲି ନନ୍ଦନକାନନ ଉପନିର୍ଦ୍ଦେଶକ ସନତ କୁମାର ନାରାୟଣ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL