ସାଲେପୁର : ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନଶିକ୍ଷକ ଗିରଫ । ଗିରଫଦାରୀକୁ ବିରୋଧ କରି କିଛି ଅଭିଭାବକଙ୍କ ଧାରଣା । କଟକ ସରପଡା ପଂଚାୟତ ଗୋପୀନାଥପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ନାଁରେ ଏପରି ଅଭିଯୋଗ ଆସିଛି । ଜଣେ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗରେ ଗିରଫ କରାଯାଇଛି । କିନ୍ତୁ କିଛି ଅଭିଭାବକ କହିଛନ୍ତି, ରାଜନୈତିକ ଆକ୍ରୋଶ ରଖି ପ୍ରଧାନଶିକ୍ଷକଙ୍କୁ ଫସାଇ ଦିଆଯାଇଛି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ବିଦ୍ୟାଳୟ ସମ୍ମୁଖରେ କିଛି ଅଭିଭାବକ ଧାରଣା ଦେଇଛନ୍ତି । ଖବର ପାଇ ନିଶ୍ଚିନ୍ତକୋଇଲି ପୋଲିସ ଓ ନିଶ୍ଚିନ୍ତକୋଇଲି ବ୍ଲକ ଶିକ୍ଷାଧିକାରିଣୀ ଅଭିଭାବକଙ୍କୁ ବୁଝାସୁଝା କରିଥିଲେ । ସେମାନଙ୍କ ଅଭିଯୋଗକୁ ଗୁରୁତ୍ୱ ଦିଆଯିବ ବୋଲି କୁହାଯାଇଥିଲା । ସେପଟେ ପ୍ରାଥମିକ ତଦନ୍ତ ପରେ ପ୍ରଧାନଶିକ୍ଷକଙ୍କୁ ଗିରଫ କରାଯାଇଥିବା କହିଛନ୍ତି ସାଲେପୁର DSP ।
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନଶିକ୍ଷକ ଗିରଫ, ପ୍ରତିବାଦରେ ଅଭିଭାବକଙ୍କ ଧାରଣା







