ଯାଜପୁର ଟାଉନ : ପୋଖରୀରେ ବୁଡ଼ି ଭାଇ ଭଉଣୀ ମୃତ । ଯାଜପୁର ବ୍ଲକ୍ ଭୁବନେଶ୍ୱରପୁର ପଞ୍ଚାୟତ ସମସରପୁର ଗାଁର ଘଟଣା । ଖେଳିବାକୁ ଯାଇ ସାନଭାଇ ପୋଖରୀରେ ବୁଡିଯାଉଥିବା ଦେଖି ବଡ଼ ଭଉଣୀ ବଞ୍ଚେଇବାକୁ ଯାଇ ଉଭୟେ ଗାଁ ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି । ଯାଜପୁର ବ୍ଲକ୍ ଭୁବନେଶ୍ୱରପୁର ପଞ୍ଚାୟତ ,ସମସରପୁର ଗାଁର ଚନ୍ଦ୍ରଶେଖର ଗୁରୁଙ୍କର ପୁଅ ଶଙ୍କର ଗୁରୁ ଓ ଝିଅ ପାର୍ବତୀ ଗୁରୁଙ୍କର ମୃତ୍ୟୁ ହୋଇଛି । ପିଲା ଦୁଇଜଣ ହଜିଯାଇଥିବା ସନ୍ଦେହରେ ଗ୍ରାମବାସୀ ଖୋଜାଖୋଜି କରିବା ପରେ ପୋଖରୀରେ ଚପଲ ଭାସୁଥିବା ଦେଖିଥିଲେ । ଦୁଇ ଘଣ୍ଟା ପରେ ପୋଖରୀରେ ଖୋଜିବାରୁ ଉଭୟଙ୍କୁ ଉଦ୍ଧାର କରିଥିଲେ । ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ପୋଖରୀରେ ବୁଡ଼ିଗଲେ ଭାଇ-ଭଉଣୀ







