ଜାତୀୟ

ମାଘ ପୂର୍ଣ୍ଣିମାରେ ପ୍ରୟାଗରାଜରେ ବୁଡ଼ ପକାଇଲେ ୯୦ ଲକ୍ଷ ଶ୍ରଦ୍ଧାଳୁ

ପ୍ରୟାଗରାଜ : ଆଜି ପ୍ରୟାଗରାଜରେ ଆୟୋଜିତ ହୋଇଥିବା ମାଘ ପୂର୍ଣ୍ଣିମାର ସ୍ନାନ ଉତ୍ସବରେ ପ୍ରାୟ ୯୦ ଲକ୍ଷ ଶ୍ରଦ୍ଧାଳୁ ସଙ୍ଗମ ଏବଂ ଗଙ୍ଗାରେ ପବିତ୍ର ବୁଡ଼ ପକାଇଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ପ୍ରବଳ ଥଣ୍ଡା ହେବା ସତ୍ତ୍ବେ ଶନିବାର ମଧ୍ୟରାତ୍ରରୁ ଶ୍ରଦ୍ଧାଳୁମାନେ ମାଘ ମେଳାରେ ପହଞ୍ଚି ସ୍ନାନ ଜାରି ରଖିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଜି ସକାଳ ୮ ଟା ସୁଦ୍ଧା ପ୍ରାୟ ୯୦ ଲକ୍ଷ ଶ୍ରଦ୍ଧାଳୁ ଗଙ୍ଗା ଏବଂ ସଂଙ୍ଗମରେ ପବିତ୍ର ବୁଡ଼ ପକାଇଛନ୍ତି ।

ଜିଲ୍ଲା ମାଜିଷ୍ଟ୍ରଟ୍ ମନୀଷ କୁମାର ବର୍ମା କହିଛନ୍ତି ଯେ, ଗତ ଏକ ମାସ ଧରି ମେଳାରେ କଳ୍ପବାସ କରୁଥିବା କଳ୍ପବାସୀମାନେ ରବିବାର ଗଙ୍ଗାରେ ଶେଷ ସ୍ନାନ କରିବେ, ତେଣୁ ସେମାନଙ୍କ ପରିବାର ସେମାନଙ୍କୁ ଘରକୁ ଫେରାଇ ଆଣିବାକୁ ଆସିଛନ୍ତି। ସମସ୍ତ ଘାଟରେ ସ୍ନାନ ସୁରୁଖୁରୁରେ ଚାଲିଛି ।

ଏଥିସହ ସେ ଏହା ମଧ୍ୟ କହିଛନ୍ତି ଯେ, ସମସ୍ତ ଘାଟରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏଥିପାଇଁ ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ ଏବଂ ଜାତୀୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀର ଟିମ୍ ନିୟୋଜିତ ହୋଇଛନ୍ତି । ସମସ୍ତ ଘାଟରେ ଡଙ୍ଗା ଚାଳକ ଏବଂ ବୁଡ଼ାଳିମାନଙ୍କୁ ମଧ୍ୟ ନିୟୋଜିତ କରାଯାଇଛି ।

ଏହାରି ମଧ୍ୟରେ ବର୍ମା ଆହୁରି କହିଛନ୍ତି ଯେ, ସିସିଟିଭି କ୍ୟାମେରା ଏବଂ ଡ୍ରୋନ୍ ମାଧ୍ୟମରେ ମେଳା ଅଞ୍ଚଳ ଉପରେ ନଜର ରଖାଯାଇଛି ଏବଂ ସମସ୍ତ ଅଧିକାରୀ ମେଳାରେ ପେଟ୍ରୋଲିଂରେ ରହିଛନ୍ତି । ତ୍ରିବେଣୀ ସଙ୍ଗମ ଆରତୀ ସେବା ସମିତିର ସଭାପତି ଆଚାର୍ଯ୍ୟ ରାଜେନ୍ଦ୍ର ମିଶ୍ର କହିଛନ୍ତି ଯେ, ମାଘ ମେଳାରେ ପ୍ରାୟ ପାଞ୍ଚ ଲକ୍ଷ କଳ୍ପବାସୀଙ୍କର ମାସ ବ୍ୟାପୀ କଳ୍ପବାସ ମାଘି ପୂର୍ଣ୍ଣିମା ସ୍ନାନ ସହିତ ଶେଷ ହେବ ଏବଂ ମାଘ ମେଳା ଫେବୃଆରୀ ୧୫ ତାରିଖରେ ମହାଶିବରାତ୍ରି ସ୍ନାନ ସହିତ ଶେଷ ହେବ ।

ଅନ୍ୟପଟେ ବିଭାଗୀୟ କମିଶନର ସୌମ୍ୟ ଅଗ୍ରୱାଲ କହିଛନ୍ତି ଯେ, ୮୦୦ ହେକ୍ଟର ମେଳା ଅଞ୍ଚଳକୁ ୭ ଟି ସେକ୍ଟରରେ ବିଭକ୍ତ କରାଯାଇଛି । ୨୫୦୦୦ରୁ ଅଧିକ ଶୌଚାଳୟ ନିର୍ମାଣ କରାଯାଇଥିବାବେଳେ ୩୫୦୦ରୁ ଅଧିକ ସଫେଇ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ପୋଲିସ ଅଧିକ୍ଷକ ନୀରଜ ପାଣ୍ଡେ କହିଛନ୍ତି ଯେ, ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ସୁଗମ ଆଗମନ ପାଇଁ ମେଳାରେ ୧୦ ହଜାରରୁ ଅଧିକ ପୋଲିସକର୍ମୀଙ୍କୁ ନିୟୋଜିତ କରାଯାଇଛି । ଏଥିସହିତ ସୁଗମ ଟ୍ରାଫିକ୍ ବ୍ୟବସ୍ଥା ପାଇଁ ୧ ଲକ୍ଷରୁ ଅଧିକ ଯାନବାହାନ କ୍ଷମତା ବିଶିଷ୍ଟ ୪୨ଟି ଅସ୍ଥାୟୀ ପାର୍କିଂ ବ୍ୟବସ୍ଥା କରାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୨୫-୨୬ ମାଘ ମେଳା ପାଇଁ ସମସ୍ତ ଆବଶ୍ୟକୀୟ ମୌଳିକ ସୁବିଧା ସହିତ ମୋଟ ୧୨,୧୦୦ ଫୁଟ ଲମ୍ବା ଘାଟ ମଧ୍ୟ ନିର୍ମାଣ କରାଯାଇଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL