ଓଡ଼ିଶା

ଆସନ୍ତାକାଲି ଯାଜପୁର ପୌରାଞ୍ଚଳରେ ସବୁ ସ୍କୁଲ୍‌ ଛୁଟି

ଯାଜପୁର : ଆଜିଠାରୁ ୬ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ଯାଜପୁର, ବାଲେଶ୍ବର, ପୁରୀ, ମୟୂରଭଞ୍ଜ ଏବଂ ଭୁବନେଶ୍ବରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେ‌ବେ। ମହାମହିମଙ୍କ ଗସ୍ତକୁ ଆଖି ଆଗରେ ରଖି ଆସନ୍ତାକାଲି ଯାଜପୁର ପୌରାଞ୍ଚଳରେ ସବୁ ସ୍କୁଲ୍‌ ଛୁଟି ଘୋଷଣା କରାଯାଇଛି। କାଲି ରାଷ୍ଟ୍ରପତି ମା’ ବିରଜାଙ୍କ ଦର୍ଶନ ଓ ପିଣ୍ଡଦାନ ଥିବାରୁ ପୌରପାଳିକା ସମେତ ସହର ସଂଲଗ୍ନ ସବୁ ସ୍କୁଲ ବନ୍ଦ ରହିବ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବିଇଓ ଛୁଟି ଘୋଷଣା କରିଛନ୍ତି।

ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ସାଢ଼େ ୬ଟାରେ ରାଷ୍ଟ୍ରପତି ବାୟୁସେନା ସ୍ବତନ୍ତ୍ର ବିମାନରେ ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବେ। ବିମାନ ବନ୍ଦରରୁ ସିଧା ଲୋକ ଭବନକୁ ଆସିବେ। ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମକୁ ତ୍ରୁଟିଶୂନ୍ୟ ଏବଂ କଡ଼ା ସୁରକ୍ଷା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା ହୋଇଛି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଆଜି ଭୁବନେଶ୍ୱରରେ ପହଞ୍ଚି ସେଦିନ ଲୋକ ଭବନରେ କିଛି ସାକ୍ଷାତ କାର୍ଯ୍ୟକ୍ରମ ପରେ ରାତି ରହଣି କରିବେ। ୩ ତାରିଖ ସକାଳେ ସେ ଯାଜପୁର ଗସ୍ତ କରି ବିରଜା ମନ୍ଦିର ପରିଦର୍ଶନ କରି ନାଭି ଗୟାଠାରେ ପୂଜାର୍ଚ୍ଚନା କରିବେ। ଅପରାହ୍ଣରେ ବାଲେଶ୍ୱର ଗସ୍ତ କରି ଫକିର ମୋହନ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ। ସେଦିନ ସନ୍ଧ୍ୟାରେ ସେ ପୁରୀ ଗସ୍ତ କରି ଶ୍ରୀଜଗନ୍ନାଥ ମନ୍ଦିର ଦର୍ଶନ କରିବେ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL