ନୂଆଦିଲ୍ଲୀ: ସିନ୍ଧୁ ଜଳ ଚୁକ୍ତିକୁ ନେଇ ପାକିସ୍ତାନର ଗୋଟିଏ ପରେ ଗୋଟିଏ ଚାଲ୍ ବିଫଳ ହେବାରେ ଲାଗିଛି। ଅନ୍ୟପକ୍ଷରେ ଏହି ପ୍ରସଙ୍ଗରେ ଭାରତ ପୁଣି ଥରେ ନିଜ ସ୍ଥିତି ସ୍ପଷ୍ଟ କରିଦେଇଛି। ସିନ୍ଧୁ ଜଳ ଚୁକ୍ତି ସହ ଜଡିତ ଅନ୍ତର୍ଜାତୀୟ ନ୍ୟାୟିକ ଅଦାଲତର ଆଦେଶକୁ ଭାରତ ସ୍ପଷ୍ଟ ଭାବରେ ଗ୍ରହଣ କରିବାକୁ ମନା କରିଦେଇଛି। ଭାରତ କହିଛି ଯେ ଏହି ମଧ୍ୟସ୍ଥତା ଅଦାଲତ ବେଆଇନ ପ୍ରକ୍ରିୟାରେ ଗଠନ ହୋଇଛି ଏବଂ ଭାରତ ଏହାର ଆଦେଶକୁ ସ୍ୱୀକୃତି ଦିଏ ନାହିଁ। ଅନ୍ତର୍ଜାତୀୟ ଅଦାଲତ ସିନ୍ଧୁ ଜଳ ବିବାଦ ପରିପ୍ରେକ୍ଷୀରେ ଭାରତକୁ ଏହାର ଜଳ ବିଦ୍ୟୁତ୍ କେନ୍ଦ୍ରର କାର୍ଯ୍ୟକ୍ଷମ ରେକର୍ଡ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଯାହା ଦ୍ୱାରା ଏହାକୁ ପରବର୍ତ୍ତୀ ଶୁଣାଣିରେ ବ୍ୟବହାର କରାଯାଇପାରିବ। ଆସନ୍ତା ୯ ତାରିଖ ସୁଦ୍ଧା ଏହି ଦସ୍ତାବିଜ ହସ୍ତାନ୍ତର ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ଭାରତ ଏହାକୁ ପ୍ରତ୍ୟାଖ୍ୟାନ କରିଛି।
ସିନ୍ଧୁ ଜଳ ଚୁକ୍ତିକୁ ନେଇ ପାକିସ୍ତାନର ସବୁ ଚାଲ୍ ବିଫଳ








