ଓଡ଼ିଶା

୨୮ ନବ ଗଠିତ ଏନ୍‌ଏସି ଓ ୭ ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ଓଡ଼ିଶାରେ ନୂତନ ଭାବେ ଗଠିତ ପୌର ପରିଷଦ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ନୂଆ ୨୮ ଏନଏସି ଓ ୭ ପୌରପାଳିକାରେ ସୀମା ପୁନଃ ନିର୍ଦ୍ଧାରଣ, ସଂରକ୍ଷଣ ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ଚିଠି । ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦିଆଯାଇଛି ।

ଫେବୃଆରୀ ୧୨ ରୁ ୨୧ ଯାଏଁ ପୌରାଞ୍ଚଳ ସୀମା ପୁନଃ ନିର୍ଦ୍ଧାରଣ ଏବଂ ସଂରକ୍ଷଣ ବାବଦରେ ପ୍ରସ୍ତାବ ଏବଂ ଅଭିଯୋଗ ମଗାଯିବ। ଫେବୃଆରୀ ୨୬ ରେ ସୀମା ପୁନଃ ନିର୍ଦ୍ଧାରଣ ଏବଂ ସଂରକ୍ଷଣ ବାବଦରେ ପ୍ରକାଶ ପାଇବ ବିଜ୍ଞପ୍ତି। ୨୬ ରୁ ମାର୍ଚ୍ଚ ୧୩ ଯାଏଁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଉପରେ ଅଭିଯୋଗ ଆବେଦନ। ମାର୍ଚ୍ଚ ୧୬ ରୁ ୨୮ ଅଭିଯୋଗ ଶୁଣାଣି। ମାର୍ଚ୍ଚ ୩୧ ରେ ଜିଲ୍ଲାପାଳଙ୍କ ପକ୍ଷରୁ ପ୍ରକାଶ ପାଇବ ଚୂଡାନ୍ତ ବିଜ୍ଞପ୍ତି ।

ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏନେଇ ସରକାରଙ୍କୁ ଓଡ଼ିଶା ପୌରପାଳିକା ଆଇନ-୧୯୫୦ ଅନୁଯାୟୀ ଅବଗତ କରାଯିବା ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଉକ୍ତ ନୂତନ ଏନ୍‌ଏସି ଏବଂ ପୌରପାଳିକାରେ ସୀମା ନିର୍ଦ୍ଧାରଣ ସହିତ ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ହେବ। ଏହି ସମୟ ମଧ୍ୟରେ ଜନସାଧାରଣଙ୍କ ପକ୍ଷରୁ ଯେଉଁ ଆପତ୍ତି ଏବଂ ପରାମର୍ଶ ଆସିବ ଜିଲା ପ୍ରଶାସନ ତାକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରିବା ଆବଶ୍ୟକ। ଯଦି ଏସଂକ୍ରାନ୍ତରେ କୌଣସି ଅଭିଯୋଗ ଆସେ ତେବେ ଜିଲାପାଳ ତୁରନ୍ତ ତାହାକୁ ସ୍ବତନ୍ତ୍ର ବାର୍ତ୍ତାବହ ମାଧ୍ୟମରେ ପ୍ରେରଣ କରିବେ। ଏନେଇ ମାର୍ଚ୍ଚ ୧୫ରେ ଖାରବେଳ ଭବନରେ ଶୁଣାଣି କରାଯିବ ବୋଲି ଡାକୁଆ ଦର୍ଶାଇଛନ୍ତି।

 

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL