ଭୁବନେଶ୍ୱର : ଓଡ଼ିଶାରେ ପ୍ରଥମଥର ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ସଜା । ୯ ଅନୁପ୍ରବେଶକାରୀ ବାଂଲାଦେଶୀଙ୍କୁ ୨ ବର୍ଷ ଜେଲ୍ । ସଜା ଶୁଣାଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍। ଏହାସହ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା କରାଯାଇଛି। ଜରିମାନା ଅନାଦେୟ ହେଲେ ଆଉ ୩ ମାସ କାରାଦଣ୍ଡ । ୬ଜଣ ସାକ୍ଷୀ ଓ ୧୪ଟି ଦସ୍ତାବିଜ୍ ଆଧାରରେ କୋର୍ଟ ସଜା ଶୁଣାଇଛନ୍ତି। ୨୦୨୫ ମସିହା ମାର୍ଚ୍ଚ ୮ ତାରିଖରେ ଧରାପଡ଼ିଥିଲେ ଅନୁପ୍ରବେଶକାରୀ । ୩ଜଣ ମହିଳାଙ୍କ ସହ ୭ଜଣ ପୁରୁଷଙ୍କୁ ଧରିଥିଲା STF । ଭୁବନେଶ୍ବର ରେଳଷ୍ଟେସନରୁ ଗିରଫ କରାଯାଇଥିଲା। ସେମାନଙ୍କ ମଧ୍ୟରେ ଜଣେ ନାବାଳକ ଥିଲେ। ସଜା ଶୁଣାଇବା ପରେ ଅଭିଯୁକ୍ତଙ୍କୁ ବାଂଲାଦେଶ ହାଇ କମିଶନରଙ୍କୁ ହସ୍ତାନ୍ତର ପାଇଁ ପୋଲିସକୁ ଅନୁରୋଧ କଲେ ବାଂଲାଦେଶ ରାଷ୍ଟ୍ରଦୂତ।
୯ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ୨ ବର୍ଷ ଜେଲ୍






