ଓଡ଼ିଶା

ଏଣିକି ହ୍ବାଟସଆପରେ ମିଳିବ ରାଜସ୍ବ ସେବା

ଭୁବନେଶ୍ୱର : ହ୍ବାଟସଆପରେ ମିଳିବ ରାଜସ୍ବ ସେବା । ବଡ଼ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ୨୪ ଘଣ୍ଟିଆ ସେବା ଯୋଗାଇବ ରାଜସ୍ୱ ବିଭାଗ । ଜମି ଜମା ବାବଦରେ ସମସ୍ତ ଅଭିଯୋଗ ଓ ଆବେଦନ ଗ୍ରହଣ କରାଯିବ । ଏହାସହ ସମୟ ସୀମା ମଧ୍ୟରେ ସମସ୍ୟାର ସମାଧାନ କରାଯିବ । ଏହାଦ୍ବାରା ଦୁର୍ନୀତି ବନ୍ଦ ହେବା ସହ ବାରମ୍ବାର ଲୋକଙ୍କୁ ତହସିଲ ଅଫିସକୁ ଦୌଡ଼ିବାକୁ ପଡ଼ିବ ନାହିଁ । ସମୟ ଭିତରେ ସମସ୍ୟା ସମାଧାନ କରାନଯାଏ କିମ୍ବା ଦୁର୍ନୀତି ଅଭିଯୋଗ ଆସେ ତେବେ ସଂପୃକ୍ତ ଅଧିକାରୀଙ୍କ ଉପରେ କଡା ଆକ୍ସନ ନିଆଯିବ ।

ସେହିପରି କାମ ନହେଲେ ସିଧାସଳଖ ରାଜସ୍ୱ ମନ୍ତ୍ରୀଙ୍କ ପାଖକୁ ମଧ୍ୟ whatsaap କରିପାରିବେ ଅଭିଯୋଗକାରୀ । ଆସନ୍ତାକାଲି whatsapp ସେବାକୁ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିବେ । ଏହାସହ ୫୫ ଟି ତହସିଲ ଅଫିସକୁ ରେଜିଷ୍ଟ୍ରି ଅଫିସରେ ରୂପାନ୍ତରିତ କରାଯିବ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL