ଓଡ଼ିଶା

ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ୬ ନାବାଳକଙ୍କୁ ବାନ୍ଧିଲା ପୁଲିସ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ତୁରେକେଲାରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ୬ ନାବାଳକ ଗିରଫ । ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଭିଡିଓ ଭାଇରାଲ ପରେ ପୋଲିସ୬ ଜଣ ନାବାଳକଙ୍କୁ ଗିରଫ କରିଛି । ଆଜି ଉତ୍ତରାଞ୍ଚଲ ଡିଆଇଜି ହିମାଂଶୁ ଲାଲ ତୁରେକେଲା ଥାନାରେ ପହଞ୍ଚି ଅଧିକ ତଦନ୍ତ କରୁଛନ୍ତି । ବଲାଙ୍ଗିର ଏସପି ଅଭିଳାଷ ଜି ମଧ୍ୟ ଉପସ୍ଥିତ ଅଛନ୍ତି । ଗତକାଲି ରାତିରେ ପୀଡ଼ିତାଙ୍କ ବାପା ଥାନାରେ ଏତଲା ଦେଇଥିଲ । ସାଇଣ୍ଟିଫିକ ଟିମ ମଧ୍ୟ ଅଧିକ ତଦନ୍ତ କରୁଛି ।

ଗଣଦୁଷ୍କର୍ମର ଭିଡିଓ ଭାଇରାଲ ନେଇ ଆଇଟି ଆକ୍ଟ ଲାଗିଛି । କିଏ ଭିଡିଓ କଲା କିଏ ଭିଡିଓ ଭାଇରାଲ ହେଲା ସେ ଦିଗ ଉପରେ ମଧ୍ୟ ତଦନ୍ତ ଚାଲୁଛି । ଘଟଣାଟି ଡିସେମ୍ବରରେ ହୋଇଥିବା ବେଳେ ଏହି ମାମଲାରେ ଥିବା ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ଧମକ ଦେଉଥିଲେ । ଭିଡିଓ ଭାଇରାଲ ହେଲା ପରେ ଝିଅଙ୍କ ବାପା ଥାନାରେ ଏତଲା ଦେଇଥିଲେ। ଗିରଫ ଅଭିଯୁକ୍ତଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଯିବ ବୋଲି ଏସପି କହିଛନ୍ତି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL