ଓଡ଼ିଶା

ଆଠଟି ମେଣ୍ଢା ମାରି ଖାଇଲା କଳରାପତରିଆ ବାଘ

ହିନ୍ଦୋଳ : ହିନ୍ଦୋଳରେ କଳରାପତିଆ ବାଘ ଆତଙ୍କ ।  କଂସରା ପଞ୍ଚାୟତ ଗୋବର୍ଦ୍ଧନପୁର ଗାଁର କୈଳାସ ମହାକୁଡ଼ଙ୍କ ଗୁହାଳରେ ପଶି ଆଠଟି ମେଣ୍ଢା ମାରି ଖାଇଥିବା ଅଭିଯୋଗ ହୋଇଛି ।  ଗୁହାଳ ପାଖରେ ବଡ଼ ବଡ଼ ପାଦ ଚିହ୍ନ ପଡ଼ିଥିବା ଦେଖିବାକୁ ମିଳିଛି । ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ପାଦ ଚିହ୍ନ ଠାବ କରିବା ସହ ତଦନ୍ତ ଜାରି ରହିଛି ।  ଏହା ଏକ କଲରାପତିଆ ବାଘର ପାଦଚିହ୍ନ ବୋଲି ଅନୁମାନ କରାଯାଉଛି ।  ଖୁବଶୀଘ୍ର ଅଞ୍ଚଳରେ କ୍ୟାମେରା ଲଗାଯିବା ସହ ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି କହିଛନ୍ତି ହିନ୍ଦୋଳ ବନାଞ୍ଚଳ ଅଧିକାରୀ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL