ଜାତୀୟ

କୋଇଲା ଖଣିରେ ବିସ୍ଫୋରଣ, ୧୦ ମୃତ

ମେଘାଳୟ : ମେଘାଳୟ ତାଶଖାଇ ଅଞ୍ଚଳ ସ୍ଥିତ ଏକ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣରେ ଅତିକମରେ ୧୦ ଜଣ ଶ୍ରମିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ବିସ୍ଫୋରଣ ପରେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି । ସ୍ଥାନୀୟ ପ୍ରଶାସନ ଏବଂ ପୋଲିସ ରେସକ୍ୟୁ ଅପରେସନ ଆରମ୍ଭ କରିଛି । ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।

ଖବର ମୁତାବକ, ତାଶଖାଇ କୋଇଲା ଖଣିରେ ହଠାତ୍ ଜୋରଦାର ବିସ୍ଫୋରଣ ହୋଇଥିଲା । ଏହି କାରଣ ଯୋଗୁଁ ଭିତରେ କାମ କରୁଥିବା ଶ୍ରମିକ ଫସିଯାଇଥିଲେ । ବିସ୍ଫୋରଣ ଏତେ ଜୋରରେ ଥିଲା ଯେ, ଖଣି ଭିତରେ ଥିବା ଶ୍ରମିକଙ୍କୁ ବାହାରକୁ ବାହାରିବା ପାଇଁ ସୁଯୋଗ ମିଳିନଥିଲା । ୧୦ ଜଣଙ୍କ ଜୀବନ ଯାଇଥିବା ବେଳେ ସମସ୍ତେ ଆସାମର ବୋଲି ଅନୁମାନ କରାଯାଉଛି । ପ୍ରଶାସନ ତରଫରୁ ଅଫିସିଆଲ କିଛି ସ୍ପଷ୍ଟ ହୋଇନାହିଁ ।

ଖବର ପାଇଁ ମେଘାଳୟ ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ଖଣିରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି । ଉଦ୍ଧାର କାର୍ଯ୍ୟରେ ବାଧା ନ ଆସିବା ପାଇଁ ପ୍ରଶାସନ ଆଖପାଖ ଅଞ୍ଚଳର ସୁରକ୍ଷା ବଢାଇଛି । ତେବେ ବିସ୍ଫୋରଣ କେମିତି ହେଲା, ତାହାର ଯାଞ୍ଚ ଚାଲିଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL