ଓଡ଼ିଶା

ବିଶ୍ୱସ୍ତରୀୟ ଇକୋ ଟୁରିଜମ୍ ହବ୍ ପାଲଟିବ ସାତକୋଶିଆ ଆଭୟାରଣ୍ୟ

ଅନୁଗୋଳ: ବଦଳିବ ଅନୁଗୋଳ ଜିଲ୍ଲାରେ ଥିବା ସାତକୋଶିଆ ଅଭୟାରଣ୍ୟର କଳେବର । ବିଶ୍ୱସ୍ତରୀୟ ଇକୋ ଟୁରିଜମ୍ ହବ୍ ପାଲଟିବ ସାତକୋଶିଆ ଆଭୟାରଣ୍ୟ । ପ୍ରାୟ ୧୦୦ କୋଟି ଟଙ୍କା ବ୍ୟୟରେ ତିଆରି ହେବ ଅତ୍ୟାଧୁନିକ ଭିତ୍ତିଭୂମି । ଏନେଇ ସୂଚନା ଦେଇଛନ୍ତି ସାତକୋଶିଆ ବନ୍ୟ ପ୍ରାଣୀ ଅଭୟାରଣ୍ୟର DFO । ସାତକୋଶିଆ DFO ଗଦାଧର ପାତ୍ର ଏହି ସୂଚନା ଦେବା ସହିତ କହିଛନ୍ତି ୯୯ କୋଟି ୭୫ ଲକ୍ଷର ସବିଶେଷ ପ୍ରକଳ୍ପ ରିପୋର୍ଟ ଡିପିଆରକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଅଭୟାରଣ୍ୟରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ବ୍ୟାଘ୍ର ଅଭୟାରଣ୍ୟର ୬ଟି ସ୍ଥାନ ଚିହ୍ନଟ କରାଯାଇଛି ।

ଅଭୟାରଣ୍ୟର ପୁରୁଣାକୋଟ, ଜଗନ୍ନାଥପୁର, ଟିକରପଡାରେ ହେବ ନୂଆ ପ୍ରବେଶ ପଥ । ସେହିପରି ମହାନଦୀ ବନଖଣ୍ଡର ବାଲିପୁଟ, କୁସଙ୍ଗ ଓ ଛାମୁଣ୍ଡିଆଠାରେ ବି ନିର୍ମାଣ ହେବ ନୂଆ ପ୍ରବେଶ ପଥ । ଏହି ପ୍ରକଳ୍ପ ରେ ଫୁଡ୍ କୋର୍ଟ, ଫ୍ଲୋଟିଂ ଜେଟି, ବନ୍ ଫାୟାର୍, ୱାଚ୍ ଟାୱାର, ରିଭର ଭିୟୁ ଡେକ୍ ରହିବ । ଫଳରେ ସାତକୋଶିଆ ବିଶ୍ଵରେ ଏକ୍ ନମ୍ଵର ଟୁରିଜିମ୍ ସ୍ପଟ ପାଲଟିବ । ସେପଟେ ପରିବେଶବିତ କହିଛନ୍ତି ସାତକୋଶିଆ ବିଶ୍ଵସ୍ତରୀୟ ଈକୋ ଟୁରିଯିମ ହେଉ କିନ୍ତୁ ଭିତ୍ତିଭୂମିର ବିକାଶ ସହ ଅଞ୍ଚଳବାସୀଙ୍କ ସମାସ୍ୟ ଉପରେ ପ୍ରାଥମିକତା ଦେବ ଆବଶ୍ୟକ । ସେପଟେ ଆଠମଲ୍ଲିକ ବିଧାୟକ କହିଛନ୍ତି ଅଞ୍ଚଳବାସୀଙ୍କ ଜୀବନଜୀବିକା ଉପରେ ଗୁରୁତ୍ୱପୂର୍ଣ୍ଣ ଦିଆଯାଇ କାର୍ଯ୍ୟ କରାଯାଉ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL