ନୂଆଦିଲ୍ଲୀ: ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ଟିପ୍ସ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମାର୍କ ଏକ ବେମାର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସମସ୍ତଙ୍କ ଖାଦ୍ୟ ଯେମିତି ଅଲଗା, ପାଠପଢ଼ା ଶୈଳୀ ବି ଅଲଗା । ନିଜ ଅନୁଭବକୁ ସମ୍ମାନ ଦେଇ ସେଥିରୁ ଶିଖି ଆଗକୁ ବଢ଼ିବାକୁ ପରାମର୍ଶ ଦେଇଛନ୍ତି । ନିଜ ରୁଚିକୁ ଭଲ ପାଇ ସେହି ଅନୁସାରେ କାମ କରିବାକୁ କହିଲେ ପ୍ରଧାନମନ୍ତ୍ରୀ । ଛାତ୍ରଛାତ୍ରୀଙ୍କୁ ଭଲ ଭାବେ ଗଢ଼ିବାକୁ ଶିକ୍ଷକମାନେ ଦାୟିତ୍ବ ନିଅନ୍ତୁ । ନିଜ ମନକୁ ଧୀର ସ୍ଥିର, ଶାନ୍ତ ଓ ସନ୍ତୁଳିତ ରଖିବାକୁ ପରାମର୍ଶ ଦେଇଛନ୍ତି । ଟାଇମ୍ ମ୍ୟାନେଜମେଣ୍ଟ ଉପରେ ଟିପ୍ସ ଦେଇଛନ୍ତି । ବ୍ୟକ୍ତିଗତ ଦକ୍ଷତାକୁ ଚିହ୍ନି କଠିନ ପରିଶ୍ରମ କଲେ ସଫଳତା ନିଶ୍ଚୟ ମିଳିବ।
ସୂଚନା ଅନୁସାରେ ସକାଳ ୧୦ଟାରେ ସାରା ଦେଶର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କ ସହ ମୋଦି ସିଧାସଳଖ ଆଲୋଚନା କରିଥିଲେ । ପରୀକ୍ଷା ପାଖେଇ ଆସୁଥିବାବେଳେ ପରୀକ୍ଷା ପେ ଚର୍ଚ୍ଚା ବି ପୁଣି ଫେରିଛି । ଏଥର ଦେବମୋଗ୍ରା, କୋଏମ୍ବାଟୁର, ରାୟପୁର, ଗୌହାଟୀ ଏବଂ ଦିଲ୍ଲୀ ସ୍ଥିତ ୭, ଲୋକ କଲ୍ୟାଣ ମାର୍ଗରେ ପରୀକ୍ଷା ଯୋଦ୍ଧାଙ୍କ ସହ ଆଲୋଚନା ହୋଇଛି ।





