ଓଡ଼ିଶା

ଘରେ ପଶି ଦଳିଦେଲା ଦନ୍ତା

ବେଗୁନିଆ: ଘରେ ପଶି ମାରିଲା ଦନ୍ତା ହାତୀ । ଦୋକାନ ଘର ଭାଙ୍ଗିବା ସହ ଜଣଙ୍କୁ ଦଳିଦେଲା । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ସିକୋ ନିକଟ ଖଡ଼ିପଦର ଗାଁରେ ହାତୀ ଉପଦ୍ରବ। ମୃତକ ହେଲେ ଶଙ୍କର ରାଉତରାୟ । ପ୍ରତିବାଦରେ ରଣପୁର-ପୁରୀ ଜଗନ୍ନାଥ ସଡ଼କ ଅବରୋଧ କରିଛନ୍ତି ଗ୍ରାମବାସୀ ।

ଆଜି ଭୋରରୁ ହାତୀଟି ପ୍ରଥମେ ପ୍ରତାପ ସାମନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା କରିଥିଲା । ପରେ ସନ୍ତୋଷ ରାଉତରାୟଙ୍କ ଘରେ ପଶି ଧାନ ବସ୍ତା ଖାଇବା ବେଳେ ହାତୀ ହାବୁଡରେ ପଡିଥିଲେ ଶଙ୍କର । ହାତୀ ଦଳିଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL