ମୋହନା: ମୋହନା ଜରଉ ଗାଁ ନିକଟରେ ଅଭାବନୀୟ ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ଭ୍ୟାନ୍ ୧୦ ଫୁଟ୍ ତଳକୁ ଖସିପଡିଛି। ଏଥିରେ ୧୭ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ୧୭ ଆହତଙ୍କ ମଧ୍ୟରୁ ୯ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତଙ୍କ ମଧ୍ୟରେ ୫ ମହିଳା ଓ ୩ ଶିଶୁ ଥିବା ଜଣାପଡିଛି। ଗଞ୍ଜାମ ସୋରଡ଼ାରୁ ଖାରିଗୁଡ଼ା ଯିବାବେଳେ ଭ୍ୟାନ୍ ଟି ଖସିପଡିଥିଲା। ଏକ ଧର୍ମୀୟ କାର୍ଯ୍ୟକ୍ରମରେ ଯୋଗଦେବାକୁ କିଛି ଯାତ୍ରୀ ଗଞ୍ଜାମ ସୋରଡ଼ାରୁ ଖାରିଗୁଡ଼ାକୁ ଯାଉଥିଲେ। ଏତିକିବେଳେ ଭାରସାମ୍ୟ ହରାଇ ଏଭଳି ଅଘଟଣ ଘଟିଥିଲା। ଦୁର୍ଘଟଣାରେ ଗୁରୁତର ହୋଇଥିବା ୯ ଜଣ ଯାତ୍ରୀଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ସ୍ଥାନୀୟ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
ଭାରସାମ୍ୟ ହରାଇ ୧୦ ଫୁଟ୍ ତଳକୁ ଖସିଲା ଭ୍ୟାନ୍, ୧୭ ଆହତ








