ନୂଆଦିଲ୍ଲୀ: ପାର୍ଲାମେଣ୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ । ଆସନ୍ତା ୧୩ ତାରିଖରେ ବୋମାରେ ଉଡ଼ାଇବାକୁ ଧମକ । ଦିନ ୧ଟା ୧୧ ମିନିଟରେ ବିସ୍ଫୋରଣ କରିବାକୁ ଧମକ । ଦିଲ୍ଲୀର ବିଭିନ୍ନ ସ୍କୁଲକୁ କି ମିଳିଛି ବୋମାରେ ଉଡ଼ାଇବାକୁ ଧମକ । ସଂସଦ ଭବନ ସହ ଆଉ ୯ଟି ସ୍କୁଲକୁ ବି ଆସିଛି ବୋମା ଧମକ।
ଖଲିସ୍ତାନ ନାଁରେ ମେଲ୍ରେ ଆସିଛି ବୋମା ଧମକ। ଦିଲ୍ଲୀକୁ ଖଲିସ୍ତାନ କରିବାକୁ ମେଲ୍ରେ ଉଲ୍ଲେଖ ରହିଛି। ବୋମା ଧମକ ପରେ ରାଜଧାନୀ ଦିଲ୍ଲୀରେ ହାଇଆଲର୍ଟ ଜାରି ହୋଇଛି। ଦିଲ୍ଲୀ ପୋଲିସ, ଅଗ୍ନିଶମ ଟିମ୍, ବମ୍ ସ୍କ୍ବାଡ୍ର ତନ୍ନତନ୍ନ ଯାଞ୍ଚ ଆରମ୍ଭ ହୋଇଛି। ସୋମବାର ସକାଳେ ରାଜଧାନୀ ଦିଲ୍ଲୀରେ ଆତଙ୍କ ଖେଳିଯାଇଛି।






