ଓଡ଼ିଶା

କଟକରେ ନିର୍ମାଣ ହେବ ଆଉଟର ରିଙ୍ଗ୍‌ରୋଡ୍‌, ରହିବନି ଟ୍ରାଫିକ୍‌ ସମସ୍ୟା

କଟକ: ଏଣିକି କଟକରେ ଆଉ ରହିବନି ଟ୍ରାଫିକ୍‌ ସମସ୍ୟା। ଏହାର ସମଧାନ ପାଇଁ ନିର୍ମାଣ ହେବ ଆଉଟର ରିଙ୍ଗ୍‌ରୋଡ୍‌। ଏନନେଇ ଚାଲିଛି ବଡ଼ ଯୋଜନା। ଭୁବନେଶ୍ୱର ସହର ପରିବର୍ଦ୍ଧିତ ଯୋଜନା ପରି କଟକରେ ରିଙ୍ଗ୍‌ରୋଡ୍‌ ନିର୍ମାଣ ନେଇ ସରକାର ଯୋଜନା କରିଛନ୍ତି। ଏଥିସହ କଟକ-ସମ୍ବଲପୁର ଜାତୀୟ ରାଜପଥ-୫୫ କୁ ୬ ଲେନ୍‌ କରିବା ନେଇ ସର୍ଭେ ହେବ। ସବୁ ରାଜ୍ୟ ରାଜପଥକୁ ୪ ଲେନ୍‌ କରିବା ପାଇଁ ତ୍ଵରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

ପୂର୍ତ୍ତ ବିଭାଗର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିଛନ୍ତି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ପ୍ରସ୍ତାବିତ ସବୁ ନିର୍ମାଣ ପ୍ରକଳ୍ପର ନିର୍ମାଣ-ପୂର୍ବ କାର୍ୟ୍ୟକଳାପ ଏବଂ ଆନୁଷଙ୍ଗିକ ପ୍ରକ୍ରିୟା ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଲୋକସେବା ଭବନ ସମ୍ମିଳନୀ କକ୍ଷରେ ପୂର୍ତ୍ତ ବିଭାଗର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରି ମନ୍ତ୍ରୀ କହିଛନ୍ତି, କେବଳ ବଡ଼ ବଡ଼ ସହରର ଉନ୍ନୟନ ଦ୍ୱାରା ରାଜ୍ୟର ସାମଗ୍ରିକ ବିକାଶ ହୋଇପାରିବ ନାହିଁ । ଏଥିପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରତି ସହରକୁ ଯୋଗାଯୋଗ ବ୍ୟବସ୍ଥାର ସୁଦୃଢ଼ିକରଣ କରିବାକୁ ପଡ଼ିବ ।

 

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL