ଓଡ଼ିଶା

ମାଟ୍ରିକ ପରୀକ୍ଷା ପାଇଁ ନୋଡାଲ ସେଣ୍ଟରକୁ ପଠାଗଲା ପ୍ରଶ୍ନପତ୍ର

କଟକ : ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ନୋଡାଲ ସେଣ୍ଟରକୁ ପଠାଗଲା ପ୍ରଶ୍ନପତ୍ର । କଟକ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟ ଷ୍ଟ୍ରଙ୍ଗରୁମରୁ ପ୍ରଶ୍ନପତ୍ର ନୋଡାଲ୍ ସେଣ୍ଟରକୁ ପଠାଯାଇଛି । ପ୍ରଥମ ଦିନ ଦୂରଦୂରାନ୍ତରେ ଥିବା ୪ଟି ଜିଲ୍ଲାକୁ ପ୍ରଶ୍ନପତ୍ର ପଠାଯାଇଛି । ବୋର୍ଡ ଷ୍ଟ୍ରଙ୍ଗରୁମରୁ ନୋଡାଲ୍ ସେଣ୍ଟରକୁ ପ୍ରଶ୍ନପତ୍ର ନେବା ପାଇଁ ୪୯ଟି ଡେସପାଚ୍ ଟିମ୍ ଗଠନ ହୋଇଛି । ପ୍ରଶ୍ନପତ୍ର ନେବା ପାଇଁ ସେମି ଡିଜି ଲକର୍ ବ୍ୟବସ୍ଥା ହୋଇଛି । ପ୍ରଶ୍ନପତ୍ର ସୁରକ୍ଷିତ ରଖିବା ପାଇଁ ରାଜ୍ୟରେ ମୋଟ ୩୨୨ଟି ନୋଡାଲ୍ ସେଣ୍ଟର ହୋଇଥିବା ବେଳେ ଏଥିରେ ୧୭ଟି ପୋଲିସ ଷ୍ଟେସନ ରହିଛି । ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରହିବ ପ୍ରଶ୍ନପତ୍ର।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL