ଢେଙ୍କାନାଳ : ଦଳିଦେଲା ଦନ୍ତା ୩ ମହିଳା ମୃତ । ଢେଙ୍କାନାଳ ସଦର ରେଞ୍ଜ କାଇମାଟି ଲୁଚାପଲି ଗାଁରେ ହାତୀ ଆକ୍ରମଣରେ ୩ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ୬ ଜଣ ମହିଳା କାଠ ସଂଗ୍ରହ ପାଇଁ ଜଙ୍ଗଲକୁ ଯାଇଥିଲେ । ହଠାତ୍ ହନ୍ତା ହାତୀର ଶିକାର ହୋଇଥିଲେ । ମୃତ ୩ ମହିଳା ଇନ୍ଦୁ ମତି ପ୍ରଧାନ ,ତୁନୀ ବେହେରା, କୁନ୍ତଳା ପ୍ରଧାନ ବୋଲି ଜଣାପଡ଼ିଛି ।
୩ ମହିଳାଙ୍କୁ ଦଳିଦେଲା ଦନ୍ତା








