ଓଡ଼ିଶା

ହାଇଓ୍ବା ଧକ୍କାରେ ଦୁଇ ମୃତ, ଜଣେ ଗୁରୁତର

କଲମପୁର : ଜୟପାଟଣା ମୋଟେର ମୁଖ୍ୟ ରାସ୍ତାର ଦୁଲକିବନ୍ଧ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ହାଇଓ୍ବା ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଜଣେ ଗୁରୁତରଙ୍କୁ ଉଦ୍ଧାର କରାଯାଇ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ କଲମପୁର ଥାନା ଅନ୍ତର୍ଗତ ଭେଜିଗୁଡା ଗାଁର ଶକ୍ତି ମାଝୀ, ବିପିନ ମାଝୀ ଏବଂ ବାସୁଦେବ ମାଝୀ ନାମକ ୩ ଯୁବକ ଏକ ବାଇକ୍ ଯୋଗେ ଜୟପାଟଣା ମୋଟେର ମୁଖ୍ୟ ରାସ୍ତା ଦେଇ ନିଜ ଗାଁ କୁ ଫେରୁଥିଲେ। ଏତିକିବେଳେ ବିପରିତ ଦିଗରୁ ଆସୁଥିବା ଏକ ହାଇଓ୍ବା ସହ ଧକ୍କା ହେଇଥିଲା।

ହାଇଓ୍ବାଟି ବାଇକ୍ ଉପରେ ଚଢିଯାଇଥିଲା। ଫଳରେ ଘଟଣାସ୍ଥଳରେ ଶକ୍ତି ଏବଂ ବିପିନଙ୍କର ମୃତ୍ୟୁ ଘଟିଥିଲା। ବାସୁଦେବଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଜୟପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେପଟେ ଦୁର୍ଘଟଣା ଘଟାଇଥିବା ହାଇଓ୍ବାଟି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବାବେଳେ ମୃତକଙ୍କ ପରିବାର ଲୋକେ କ୍ଷତିପୂରଣ ଦାବି କରି ରାସ୍ତାରୋକ କରିଥିଲେ। ଘଟଣାସ୍ଥଳରେ କଲମପୁର ଥାନା ଅଧିକାରୀ ବିଶମ୍ବର କହଁର, ଏସଆଇ ଶିବ ଶଙ୍କର ମହାନ୍ତି ଏବଂ କୁଟୃ ଫାଣ୍ଡି ଅଧିକାରୀ ଅସିତ୍ କୁମାର ପଣ୍ଡା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL