ଓଡ଼ିଶା

ବଙ୍ଗୋପସାଗରରେ ଲଘୁଚାପ, ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ଦୁଇ ଦିନ ରାଜ୍ୟରେ ବର୍ଷା । ବଜ୍ରପାତ ଓ ଝଡ଼ ତୋଫାନ ପାଇଁ ଆଞ୍ଚଳିକ ପାଣିପାଗ ବିଭାଗର ସତର୍କତା ସୂଚନା । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ସ୍ପଷ୍ଟ ଚିହ୍ନିତ ହୋଇଛି । ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିପାରେ । ୧୫ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି । ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ଗଞ୍ଜାମ, ଗଜପତି ଆଦି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ସ୍ୱଳ୍ପ ବର୍ଷା ହୋଇପାରେ । ଆଜି ପାଇଁ ଉପକୂଳ ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ସ୍ୱଳ୍ପ ବର୍ଷା ଆଶଙ୍କା ଅଛି ।

ସେପଟେ ଗତକାଲି ସନ୍ଧ୍ୟାରୁ ଘଡ଼ଘଡ଼ି ସହ ଝିପିଝିପି ବର୍ଷାରେ ଭିଜୁଛି କୋରାପୁଟ ସହର । ଜିଲ୍ଲାର ଜୟପୁର, ପଟାଙ୍ଗି, ସିମିଳିଗୁଡା, ନନ୍ଦପୁରଆଦି ଅଞ୍ଚଳରେ ବର୍ଷା ହେଉଛି। ସୁବର୍ଣ୍ଣପୁର ବିନିକାରେ କାଳବୈଶାଖୀର ତାଣ୍ଡବ। ବିଭିନ୍ନ ସ୍ଥାନରେ ଭାଙ୍ଗିଲା ଗଛ, ଉଡ଼ିଲା ଘରର ଆଜବେଷ୍ଟସ । ବରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ହଠାତ୍ ପ୍ରବଳ ବର୍ଷା ସହିତ କୁଆପଥର ମାଡ଼ ହୋଇଛି। ଏଥିରେ ବ୍ୟାପକ ଧାନ, ପନିପରିବା ଓ ରବି ଫସଲ କ୍ଷତିଗ୍ରସ୍ତ ହୋଇଛି। ଅଦିନିଆ ବର୍ଷା ଯୋଗୁଁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL