ଓଡ଼ିଶା

ହାତୀ ଆକ୍ରମଣରେ ଜଣେ ମୃତ

ଯୋଡ଼ା : ହାତୀ ଆକ୍ରମଣରେ ଜଣେ ମୃତ । ଚମ୍ପୁଆ ରେଞ୍ଜ ବାଲିବନ୍ଧ ସେକ୍ସନର ହିରାପୁର ନିକଟରେ ଘଟିଛି ଘଟଣା । ଗତ ରାତି ୧୧ଟା ବେଳେ ମନୋହରପୁର ଗାଁର ବାହାଦୁଲା ଓରାମଙ୍କୁ ହାତୀ ଶୁଣ୍ଢରେ ଟେକି ଫିଙ୍ଗି ଦେବାରୁ ସେ ଗୁରୁତର ଆହତ ହେଇଥିଲେ । ତାଙ୍କୁ ବନ ବିଭାଗ ଉଦ୍ଧାର କରି ପ୍ରଥମେ ଚମ୍ପୁଆ ଆଣିଥିଲେ ପରେ ତାଙ୍କୁ କେନ୍ଦୁଝର ଡ଼ାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।

ବାଲିବନ୍ଧ ସେକ୍ସନର ଚମକପୁରଠାରେ ୧୯ ଟିକିଆ ହାତୀପଲ ଦୀର୍ଘ ଦିନ ଧରିଥିବା ବେଳେ ଏହି ହାତୀପଲରୁ ଏକ ହାତୀ ଗୋଠ ଛଡ଼ା ହେଇ ଗତରାତି ହିରାପୁର ଗାଁକୁ ପଶି ଆସିଥିଲା । ଏହି ହାତୀ ହାବୁଡରେ ପଡିଯାଇଥିଲେ ବାହାଦୁଲା । ବାହାଦୁଲାକୁ ହାତୀଟି ଶୁଣ୍ଢରେ ଟେକି ଫିଙ୍ଗି ଦେବାରୁ ସେ ଗୁରୁତର ଆହତ ହେଇଥିଲେ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL