ଓଡ଼ିଶା

ରାଜ୍ୟସଭା ନିର୍ବାଚନ ପାଇଁ ୧୬ ସେଟ୍ ଫର୍ମ କିଣିଲା ବିଜେପି

ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନ । ୧୬ ସେଟ୍ ଫର୍ମ କିଣିଲା ବିଜେପି ।  ରିଟର୍ଣ୍ଣିଂ ଅଫିସରଙ୍କଠାରୁ ଫର୍ମ କିଣିଲେ ୪ ବିଜେପି ବିଧାୟକ ।  ଆଜି ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବିଜେପି ବିଧାୟକ ଦଳ ବୈଠକ ବସିଥିଲା ।  ଏହାପରେ ୪ ବିଜେପି ବିଧାୟକ ୧୬ ସେଟ ଫର୍ମ କିଣିଛନ୍ତି ।  ଏକ ବିଧାୟକ ଦଳ ପ୍ରତିନିଧି ଆସି ରିଟର୍ଣିଂ ଅଧିକାରୀଙ୍କ ଠାରୁ ୧୬ଟି ସେଟ୍ ନେଇଛନ୍ତି  ।  ୩ ନୁହେଁ ୪ କୁ ୪ ଆସନରେ ପ୍ରାର୍ଥୀ ଦେଇପାରେ ବିଜେପି ।

ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନଙ୍କ ସହ ଆଶ୍ରିତ ପଟ୍ଟନାୟକ, ଦୁଷ୍ମନ୍ତ ସ୍ୱାଇଁ, ରଘୁନାଥ ଜଗଦଲା ଏବଂ ପ୍ରତାପ ନାୟକ ନାମାଙ୍କନ ପତ୍ର କିଣିଛନ୍ତି ।  ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବା ପରେ ନାମାଙ୍କନ ଭରାଯିବ ।  ଦଳ ପାଖରେ ଦୁଇଟି ଆସନ ପାଇଁ ସଂଖ୍ୟା ରହିଛି. ତେବେ ୧୬ ସେଟ ନାମାଙ୍କନ ପତ୍ର କିଣିବା ପଛର କାରଣ କଣ, ଏହାକୁ ନେଇ ଚର୍ଚ୍ଚା ବଢିଛି ।  କେତେ ପ୍ରାର୍ଥୀ ଘୋଷଣା କରିବ ବିଜେପି ତା ଉପରେ ସମସ୍ତଙ୍କ ନଜର ରହିଛି । ଶନିବାର ଦୁଇ ରାଜ୍ୟସଭା ପ୍ରାର୍ଥୀ ଦେଇ ମାଷ୍ଟର ଷ୍ଟ୍ରୋକ୍ ଖେଳିଛନ୍ତି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL