ଲକ୍ଷ୍ନୌ : ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟାଙ୍କ ହେଲିକପ୍ଟରର ଜରୁରୀ ଅବତରଣ । ଲକ୍ଷ୍ନୌ ଏୟାରପୋର୍ଟରେ ହେଲିକପ୍ଟର ଜରୁରୀ ଅବତରଣ କରିଛି । କୌଶାମ୍ବୀ ଯାଉଥିବା ବେଳେ ହେଲିକପ୍ଟରରେ ଯାନ୍ତ୍ରିତ ତ୍ରୁଟି ଯୋଗୁଁ ଜରୁରୀ ଅବତରଣ କରିଥିଲା । ହେଲିକପ୍ଟର କ୍ୟାବିନ ଧୂଆଁ ଧୂଆଁ ହୋଇଯାଇଥିଲା । ଉପ ମୁଖ୍ୟମନ୍ତ୍ରୀ ଏବଂ ସମସ୍ତ ସୁରକ୍ଷାକର୍ମୀ ସୁରକ୍ଷିତ ଥିବା ଜଣାପଡିଛି । ଏବେ ହେଲିକପ୍ଟର ଛାଡି ସେମାନେ କୌଶାମ୍ବୀ ଯାଉଛନ୍ତି ।
ଖବର ମୁତାବକ, ଉତ୍ତରପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ହେଲିକପ୍ଟରରେ ଲକ୍ଷ୍ନୌରୁ କୌଶାମ୍ବୀ ଯାଉଥିଲେ । ଏହି ସମୟରେ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଥିବାର ଜଣାପଡିଥିଲା । ସୁରକ୍ଷାକୁ ଦେଖି ଲକ୍ଷ୍ନୌ ଏୟାରପୋର୍ଟରେ ଜରୁରୀ ଅବତରଣ କରିବାକୁ ପଡିଥିଲା ।
ତେବେ ହେଲିକପ୍ଟର ଜରୁରୀ ଅବତରଣ ପରେ ଏହାର କ୍ୟାବିନରେ ଧୂଆଁ ଧୂଆଁ ଦେଖିବାକୁ ମିଳିଥିଲା । ହେଲିକପ୍ଟରରେ ଥିବା ସମସ୍ତ ଲୋକ ସୁରକ୍ଷିତ ରହିଥିବା ଜଣାପଡିଛି । ଉପ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ବିଷୟରେ ସୂଚନା ମିଳିବା ପରେ ପ୍ରଶାସନ ଏବଂ ସୁରକ୍ଷା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ । ବୈଷୟିକ ଟିମ୍ ଆସି ହେଲିକପ୍ଟର ଯାଞ୍ଚ କରିଥିଲେ ।
ଘଟଣା ପରେ ଉପ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଛାଡି ସଡ଼କ ମାର୍ଗରେ କୌଶାମ୍ବୀ ପାଇଁ ଗସ୍ତ କରିଥିଲେ । ଉପମୁଖ୍ୟମନ୍ତ୍ରୀ କୌଶାମ୍ବୀର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମରେ ଯୋଗ ଦେବାର ରହିଛି ।






