ଜାତୀୟ

ଡ୍ରୋନ୍‌ ଉପରେ ୧୦୦% ଶୁଳ୍କ ଲଗାଇଲା ଆମେରିକା

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ଼ ଡ୍ରୋନ୍‌ ଆମଦାନି ଉପରେ ୧୦୦ ପ୍ରତିଶତ ଶୁଳ୍କ ଘୋଷଣା କରିଛନ୍ତି। ରାଷ୍ଟ୍ରୀୟ ସୁରକ୍ଷା ଓ ଚୀନ୍‌ କମ୍ପାନିଠାରୁ ଦୂ‌ରରେ ରହିବା ଏବଂ ବିଦେଶୀ ଦେଶ ଉପରେ ନିର୍ଭରଶୀଳତା କମ୍‌ କରିବା ଲକ୍ଷ୍ୟ ନେଇ ସେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ହ୍ବାଇଟ୍‌ ହାଉସ୍‌ ପକ୍ଷରୁ କୁହାଯାଇଛି ଯେ ଏହି ନିଷ୍ପତ୍ତି ଦ୍ବାରା ଦେଶରେ ଡ୍ରୋନ୍‌ ଓ ତାହା ତିଆରି କରିବା ପାଇଁ ଦରକାର ହେଉଥିବା ଉପକରଣର ଉତ୍ପାଦନ ବଢ଼ିବ। ଏଥି ସହିତ ବିଦେଶୀ ଯୋଗାଣ ଶୃଙ୍ଖଳା ଉପରେ ନିର୍ଭରଶୀଳତା କମ୍‌ ହୋଇପାରିବ।

ଆମେରିକାର ବାଣିଜ୍ୟିକ  ଡ୍ରୋନ୍ ବଜାରର ୭୦ ପ୍ରତିଶତ ଭାଗ ଚୀନ୍‌ କମ୍ପାନିଗୁଡ଼ିକ କବ୍‌ଜାରେ ରହିଛି। ଯେଉଁ ଡ୍ରୋନ୍‌ର ଭାର ବହନ କ୍ଷମତା ୨୫ କେଜିରୁ କମ୍‌ ସେଗୁଡ଼ିକ ଉପରେ ୨୫ ପ୍ରତିଶତ ଶୁଳ୍କ ଲଗାଯାଇଛି। ୨୫ କେଜିରୁ ଅଧିକ ଭାରତ ବହନ କରୁଥିବା କିମ୍ବା ଥର୍ମାଲ ଇମେଜିଂ କ୍ଷମତା ଥିବା ଡ୍ରୋନ୍‌ଗୁଡ଼ିକ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲଗାଯାଇଛି। ୟୁରୋପୀୟ ସଂଘ, ଜାପାନ, ଦକ୍ଷିଣ କୋରିଆ ଓ ତାଇୱାନର ଡ୍ରୋନ୍‌ ଉପରେ ୧୫ ପ୍ରତିଶତ ଏବଂ ବ୍ରିଟେନ୍‌ ଡ୍ରୋନ୍‌ ଉପରେ ୧୦ ପ୍ରତିଶତ ଶୁଳ୍କ ଲଗାଯାଇଛି। ଆଦେଶରେ ଟ୍ରମ୍ପ ସ୍ବାକ୍ଷର କରିବାର ୨୧ ଦିନ ପରେ ନୂଆ ଶୁଳ୍କ ଲାଗୁ ହେବ। ତେବେ‌ କେତେକ ସମ୍ବେଦନଶୀଳ ଉପାଦାନ ଉପରେ ଶୁଳ୍କକୁ ୧୮୦ ଦିନ ପରେ ଲାଗୁ କରାଯିବ।

କୁହାଯାଉଛି ଯେ  ରୁଷ୍-ୟୁକ୍ରେନ  ଯୁଦ୍ଧ ଓ ହାଇବ୍ରିଡ୍‌ ଯୁଦ୍ଧର ଗୁରୁତ୍ବ ବଢ଼ୁଥିବାରୁ ଆମେରିକା ଶୁଳ୍କ ଲଗାଇବା ଭଳି ନିଷ୍ପତ୍ତି ନେଇଛି। କିନ୍ତୁ ବିଶେଷଜ୍ଞମାନଙ୍କ ମତରେ ଚୀନ୍‌ କମ୍ପାନିଗୁଡ଼ିକ ଉପରେ ଲଗାମ କଷିବା ହେଉଛି ଏହି ଶୁଳ୍କର ମୁଖ୍ୟ ଉଦ୍ଦେଶ୍ୟ। ଏହି ଶୁଳ୍କ ଦ୍ବାରା ବାଣିଜ୍ୟିକ ଡ୍ରୋନ୍‌ ବଜାର ସମ୍ପୂର୍ଣ୍ଣ ବଦଳିଯିବ ବୋଲି ସେମାନେ କହିଛନ୍ତି। ଚୀନ ବଜାର ଗୁରୁତର ପ୍ରଭାବିତ ହେବ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL