ସମ୍ବଲପୁର : ଚଳିତ ବର୍ଷ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ । ଆସନ୍ତା ୧୫ ତାରିଖ ସକାଳ ୯ଟା ୪୦ରୁ ୯ଟା ୫୪ ମଧ୍ୟରେ ଲଗ୍ନ ସ୍ଥିର ହୋଇଛି । ମା’ ସମଲେଶ୍ବରୀଙ୍କ ନିକଟରେ ଲାଗିହେବ ନବାନ୍ନ । ବ୍ରହ୍ମପୁରା ଟ୍ରଷ୍ଟ ପଣ୍ଡିତ ମହାସଭାରେ ଶୁଭଲଗ୍ନ ଧାର୍ଯ୍ୟ ହୋଇଛି । ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ କୃଷିଭିତ୍ତିକ ଗଣପର୍ବ ନୂଆଖାଇ ପାଇଁ ସମ୍ବଲପୁର ବ୍ରାହ୍ମପୁରା ମନ୍ଦିର ଠାରେ ଆଜି ଶୁଭ ଲଗ୍ନ ନିର୍ଘଣ୍ଟ ହୋଇଛି ।
ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ଵରୀଙ୍କ ନିକଟରେ କେତେବେଳେ ନବାନ୍ନ ଲାଗି ହେବ ସେନେଇ ପଣ୍ଡିତ ମହାସଭା ରେ ଏହି ଲଗ୍ନ ଧାର୍ଯ୍ୟ ହୋଇଛି l ଏଥିପାଇଁ ଆଉ କିଛି ସମୟ ପରେ ପଣ୍ଡିତମାନେ ପହଞ୍ଚି ପ୍ରଥମେ ସମୂହ ବିଷ୍ଣୁ ସହସ୍ରନାମ ପାଠ ପୁର୍ବକ ମା’ ସମଲେଶ୍ୱରୀଙ୍କ ରାଶି ଓ ନକ୍ଷତ୍ର ଅନୁସାରେ ଶୁଭ ଲଗ୍ନ ନିର୍ଘଣ୍ଟ କରିଥିଲେ l







