ଓଡ଼ିଶା

ଅଶାନ୍ତ ସମୁଦ୍ର, ପୁରୀ ବେଳାଭୂମିରେ ରେଡ୍ ଫ୍ଲାଗ୍

ପୁରୀ: ପୁରୀ ସମୁଦ୍ର କୂଳରେ ଲାଗିଛି ରେଡ୍ ଫ୍ଲାଗ୍ । ପ୍ରବଳ ବର୍ଷା ଯୋଗୁଁ ସମୁଦ୍ର ଅଶାନ୍ତ ହୋଇପଡ଼ିଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ସମୁଦ୍ର ସ୍ନାନ ଉପରେ କଟକଣା ଲଗାଯାଇଛି । ସମୁଦ୍ର କୂଳରେ ଅଗ୍ନିଶମ ବାହିନୀ ଓ ଲାଇଫ୍ ଗାର୍ଡମାନେ ମୁତୟନ ରହି ପର୍ଯ୍ୟଟକଙ୍କୁ ସଚେତନ କରୁଛନ୍ତି ।

ଅଶାନ୍ତ ସମୁଦ୍ର ଭିତରକୁ ନଯିବା ପାଇଁ ପର୍ଯ୍ୟଟକଙ୍କୁ ବାରମ୍ବାର ଅନୁରୋଧ କରାଯାଉଛି । ପାଗରେ ସୁଧାର ନଆସିବା ପର୍ଯ୍ୟନ୍ତ ସମୁଦ୍ରରେ ସ୍ନାନ ନକରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ସେପଟେ ପ୍ରବଳ ବର୍ଷାକୁ ନଜରରେ ରଖି ପୁରୀ ଜିଲ୍ଲାର ତଳିଆ ଅଞ୍ଚଳର ଲୋକଙ୍କୁ ଆଲର୍ଟ କରାଯାଇଛି। ଯେକୌଣସି ଆପତ୍କାଳୀନ ପରିସ୍ଥିତି ପାଇଁ ଜିଲ୍ଲାର ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀକୁ ସଜାଗ ରଖାଯାଇଛି । ଆଶ୍ରୟସ୍ଥଳୀଗୁଡ଼ିକରେ ଶୁଖିଲା ଖାଦ୍ୟ ଓ ପାନୀୟ ଜଳର ବ୍ୟବସ୍ଥା କରାଯାଇଥିବା ବେଳେ ଜଳ ନିଷ୍କାସନ ପାଇଁ ମଧ୍ୟ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି ।

ଅନ୍ୟପଟେ, ପ୍ରବଳ ବର୍ଷା ଯୋଗୁଁ ଆଜି ପୁରୀ ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖାଯାଇଛି । ପାଗର ସ୍ଥିତି ଉପରେ ପ୍ରଶାସନ ନଜର ରଖିଥିବା ବେଳେ ଲୋକଙ୍କୁ ସତର୍କ ରହିବା ସହ ସମସ୍ତ ସୁରକ୍ଷା ନିର୍ଦ୍ଦେଶ ପାଳନ କରିବାକୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL