ଜାତୀୟ

ବିହାରରେ ବାଣ ବିସ୍ଫୋରଣ: ୭ ମୃତ

ବିହାର :ଶୁକ୍ରବାର ସନ୍ଧ୍ୟାରେ ବିହାର ସିୱାନ ଜିଲା ଆଲାମପୁର ଗଁରେ ବାଣ ବିସ୍ଫୋରଣ ଘଟି ୭ ଜଣ ମୃତ୍ୟୁବରଣ କରିଥିବା ପ୍ରାଥମିକ ଖବରରୁ ଜଣାପଡିଛି । ଲାଇସେନ୍ସ ପ୍ରାପ୍ତ ବାଣ ଦୋକାନରେ ବାଣ ପ୍ରସ୍ତୁତି ବେଳେ ଏହି ଅଘଟଣ ଘଟିଥିବା ଜଣାପଡିଛି ।ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଦୋକାନ ଘର ଆସି ରାସ୍ତା ମଝିରେ ପଡିଥିଲା । ଫଳରେ ଯାତାୟାତରେ ବାଧା ଉପୁଜିଥିଲା ।

ଖବର ପାଇ ସିୱାନ ଜିଲାପାଳ ବିଜୟ ପ୍ରକାଶ ମିନା ଏବଂ ଏସପି ଭାରତ ସୋନି ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି । ମୃତଦେହଗୁଡିକ ଖଣ୍ଡ ବିଖଣ୍ଡିତ ହୋଇଯାଇଥିବାରୁ କେତେଜଣ ମୃତ୍ୟୁ ବରଣ କରିଛନ୍ତି, ତାହା ସଠିକ ଆକଳନ କରାଯାଇପାରିନାହିଁ ବୋଲି କହିଛନ୍ତି ଜିଲାପାଳ ମିନା । ତେବେ ସ୍ଥାନୀୟ ଲୋକଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ମହମ୍ମଦ ଅମିରୁଦ୍ଦିନ ମିଆଁ ନାମକ ଜଣେ ବ୍ୟକ୍ତି ଏହି ଗାଁରେ ଥିବା ନିଜ ଘରେ ଏକ ବାଣ ଫ୍ୟାକ୍ଟ୍ରି କରି ବାଣ ପ୍ରସ୍ତୁତ କରୁଥିଲେ । ବିସ୍ଫୋରଣ ବେଳେ ପରିବାରର ଅଧିକାଂଶ ସଦସ୍ୟ ଘରେ ଥିଲେ । ପ୍ରଥମେ ବାଣ ତିଆରି ଯାଗାରେ ନିଆଁ ଲାଗିଯାଇଥିଲା, ଯାହା କେଇ ମିନିଟ ମଧ୍ୟରେ ଗୋଦାମକୁ ମଧ୍ୟ ବ୍ୟାପି ଯାଇଥିଲା । ପ୍ରାୟ ୨ ଘଂଟା କାଳ ବାଣଗୁଡିକ ବିସ୍ଫୋରଣ ହୋଇଥିବା ସ୍ଥାନୀୟ ଲୋକଙ୍କ ସୂତ୍ରରୁ ପ୍ରକାଶ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL