ନିମାପଡ଼ା: ଅନ୍ଧବିଶ୍ୱାସ ଓ ଗୁଣିଗାରେଡ଼ି ସନ୍ଦେହରେ ଅନେକ ସମୟରେ ଅଭାବନୀୟ ଘଟଣାମାନ ଘଟିଥାଏ। ଆଧୁନିକ ଓ ବୈଜ୍ଞାନିକ ଯୁଗରେ ଏହାର କୌଣସି ପ୍ରମାଣ ନାହିଁ, କିନ୍ତୁ ଆଜି ବି ଆମ ସମାଜରେ ବିଶେଷ କରି ଗ୍ରାମାଞ୍ଚଳରେ ଏହି ଅନ୍ଧବିଶ୍ୱାସ ଯୋଗୁଁ ଅନେକ ଅପରାଧିକ ଘଟଣା ଘଟୁଛି। ଏଭଳି ଏକ ଘଟଣା ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ୍ ବନ୍ତୁଗ୍ରାମରୁ ଆସିଛି। ମଶାଣିକୁ ଡାକି ୧୦ଜଣ ନାବାଳିକାଙ୍କ ହାତ-ପାଦ ବ୍ଲେଡ୍ରେ କାଟିଦେଲା ଗୁଣିଆ। ସ୍ଥାନୀୟ ଲୋକେ ଜାଣିବା ପରେ ଗୁଣିଆକୁ ନିର୍ଦ୍ଧୁମ ଛେଚି ପୋଲିସ୍ ଜିମା ଦେଇଛନ୍ତି।
ମଶାଣିରେ ୧୦ ଝିଅଙ୍କ ହାତପାଦ ବ୍ଲେଡ୍ରେ କାଟିଲା ଗୁଣିଆ





