ଜାତୀୟ

ଆସନ୍ତା ୧୧ରୁ ସ୍ମାର୍ଟ ଇଣ୍ଡିଆ ହାକାଥନର ସପ୍ତମ ସଂସ୍କରଣ

ଦେଶର ୫୧ଟି କେନ୍ଦ୍ରରେ ସ୍ମାର୍ଟ ଇଣ୍ଡିଆ ହାକାଥନର ସପ୍ତମ ସଂସ୍କରଣ ଆସନ୍ତା ୧୧ ତାରିଖ ଦିନ ଆରମ୍ଭ ହେବାକୁ ଯାଉଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏହାକୁ ଭର୍ଚୁଆଲ ମୋଡରେ ଉଦଘାଟନ କରିବେ । ଏସଆଇଏଚ ହେଉଛି ଜାତୀୟସ୍ତରୀୟ କାର୍ଯ୍ୟକ୍ରମ ଯେଉଁଥିରେ ଛାତ୍ରମାନେ ପ୍ରତିଦିନ ସାମ୍ନା କରୁଥିବା ଦୈନନ୍ଦିନ ସମସ୍ୟାକୁ ସମାଧାନ କରିବାକୁ ଏକ ମାନସିକତା ନେବାକୁ ମଂଚ ପାଇବେ । ବିଭାଗ କିମ୍ବା ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସମସ୍ୟା ପତ୍ର କିମ୍ବା ୧୭ଟି ପ୍ରସଙ୍ଗ ଭିତରୁ ଇନୋଭେସନ ବର୍ଗରେ ନିଜ ପ୍ରତିଭା ଦେଖାଇବାକୁ ସୁଯୋଗ ମିଳିବ । ୫୪ଟି ବିଭାଗ, ମନ୍ତ୍ରଣାଳୟ, ରାଜ୍ୟ ସରକାର, ପିଏସୟୁ, ଶିଳ୍ପ ପକ୍ଷରୁ ପ୍ରାୟ ୨୫୦ଟି ସମସ୍ୟା ପତ୍ର ଦାଖଲ କରାଯାଇଥିବା କୁହାଯାଇଛି ।

ବିଭାଗ ସ୍ତରରେ ଚଳିତ ବର୍ଷ ପ୍ରାୟ ୨୪୦ ପ୍ରତିଶତ ଅଧିକା ଆଭ୍ୟନ୍ତରୀଣ ହାକାଥାନ ବୃଦ୍ଧି ହୋଇଥିବା ସୂଚନା ମିଳିଛି । ଏସଆଇଏଚ ୨୦୨୩ର ୯୦୦ରୁ ଏସଆଇଏଚ ୨୦୨୪ର ୨୨୪୭ ଯାଏ ପରିବର୍ତନ ହେବା ଏହି ହାକାଥନ ବୃଦ୍ଧି କ୍ଷେତ୍ରରେ ଏକ ଶୁଭ ସଙ୍କେତ । ବିଭାଗ ସ୍ତରରେ ଏସଆଇଏଚ ୨୦୨୪ରେ ମୋଟ ୮୬ ହଜାର ଟିମ ଅଂଶଗ୍ରହଣ କରିଛନ୍ତି । ଜାତୀୟ ସ୍ତର ଲାଗି ବିଭାଗ ପକ୍ଷରୁ ୪୯ ହଜାର ଟିମ ଲାଗି ପ୍ରସ୍ତାବ ଦିଆଯାଇଛି । ଏସଆଇଏଚ ଗ୍ରାଣ୍ଡ ଫିନାଲେ ମଂଚରେ ଉଭୟ ଶିକ୍ଷକ ଓ ଛାତ୍ର ଭାବ ବିନିମୟ କରିପାରିବାର ଏକ ବୃହତ ସୁଯୋଗ ଦେଇଥାଏ ।

ପ୍ରାୟ ୧୭ଟି ପ୍ରସଙ୍ଗକୁ ନେଇ ରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇପାରେ ବୋଲି କୁହାଯାଇଛି । ସ୍ୱାସ୍ଥ୍ୟ, ଯୋଗାଣ ଶୃଙ୍ଖଳ, ସ୍ମାର୍ଟ ଟେକ୍ନୋଲଜି, ଐତିହ୍ୟ ଓ ସଂସ୍କୃତି, ଶିକ୍ଷା ଓ ଦକ୍ଷତା ବିକାଶ, ଜଳ, କୃଷି, ଖାଦ୍ୟ, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପରି ବିଭିନ୍ନ ପ୍ରସଙ୍ଗ ଏଥିରେ ଅନ୍ତର୍ଭୁକ୍ତ । ଏସଆଇଏଚ ସଫଳତା ଏସଆଇଏଚ ଆଲୁମିନି ନେଟବାର୍କ ସୂଚାଇଥାଏ । ଏସଆଇଏଚର ପୋର୍ଟାଲ ମାଧ୍ୟମରେ ବହୁ ସଫଳ କାହାଣୀ ରହିଛି । ଆଜି ଯାଏ ଏସଆଇଏଚ ପକ୍ଷରୁ ପ୍ରାୟ ଶହେଟି ଷ୍ଟାର୍ଟଅପ ପ୍ରତିଷ୍ଠା କରାଯାଇଥିବା ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL