ନୂଆଦିଲ୍ଲୀ : ପାକିସ୍ତାନର ଗୁପ୍ତ ପରମାଣୁ ପରୀକ୍ଷଣ ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚାଞ୍ଚଲ୍ୟକର ଦାବି ସଂପର୍କରେ ପ୍ରଥମ ପ୍ରତିକ୍ରିୟା ରଖିଛି ଭାରତ । ଭାରତ ବୈଦେଶିକ ମନ୍ତ୍ରଣାଳୟ (MEA) କହିଛି ଯେ ଭାରତ ଟ୍ରମ୍ପଙ୍କ ବିବୃତ୍ତିକୁ ଗୁରୁତ୍ବ ଦେଇଛି। ପାକିସ୍ତାନର ଇତିହାସ ବେଆଇନ ଏବଂ ଗୁପ୍ତ ପରମାଣୁ କାର୍ଯ୍ୟକଳାପରେ ପରିପୂର୍ଣ୍ଣ, ଏବଂ ଭାରତ ଏହି ପ୍ରସଙ୍ଗଗୁଡ଼ିକ ବିଷୟରେ ବିଶ୍ୱକୁ ନିରନ୍ତର ଚେତାବନୀ ଦେଇଆସିଛି।
ପାକିସ୍ତାନର ଇତିହାସ ବେଆଇନ ଏବଂ ଗୁପ୍ତ ପରମାଣୁ କାର୍ଯ୍ୟକଳାପରେ ପରିପୂର୍ଣ୍ଣ: ଭାରତ








