ଜାତୀୟ

ଆରପାରିରେ ଆମେରିକାର ବୟୋଜ୍ୟେଷ୍ଠ କଇଁଛ ଗ୍ରେମା

ୱାଶିଂଟନ: ଆରପାରିରେ ଆମେରିକାର ସନ ଡିଏଗୋ ଚିଡିଆଖାନାର ବୟୋଜ୍ୟେଷ୍ଠ ଗ୍ୟାଲାପାଗୋସ ପ୍ରଜାତିର କଇଁଛ ଗ୍ରେମା । ମୃତ୍ୟୁ ବେଳକୁ କଇଁଛର ବୟସ ୧୪୧ ବର୍ଷ ହୋଇଥିଲା । ଏହି ଶାନ୍ତ , ସରଳ କଇଁଛଟି ଚିଡିଆଖାନାକୁ କେବେ ଆସିଥିଲା , ତାହା ସଠିକ୍ ଭାବେ ଜଣାପଡିନି। ତଥାପି ୧୯୨୮ କିମ୍ବା ୧୯୩୧ରେ ଏହା ଗ୍ୟାଲାପୋଗୋସ କଇଁଛର ପ୍ରଥମ ଗ୍ରୁପ ଭାବେ ଏଠାକୁ ଆସିଥିଲା । ବୟସ ବଢ଼ିବା ପରେ ଗ୍ରେମାର ହାଡ ସମସ୍ୟା ଦେଖାଦେଇଥିଲା। ଶେଷରେ ତାର ମୃତ୍ୟୁ ଘଟିଥିଲା ବୋଲି ଜୁ ଅଧିକାରୀ କହିଛନ୍ତି । ସାଧାରଣତଃ ଏହି ପ୍ରଜାତିର କଇଁଛ ଜଙ୍ଗଲରେ ୧୦୦ ବର୍ଷରୁ ଅଧିକ ବୟସ ପର୍ଯ୍ୟନ୍ତ ବଞ୍ଚିପାରନ୍ତିନାହିଁ। କିନ୍ତୁ ଯଦି ଏମାନଙ୍କୁ ପ୍ରତ୍ୟକ୍ଷ ତତ୍ଵବଧାନରେ ରଖାଯାଏ , ତେବେ ଏମାନେ ଅଧିକ ବର୍ଷ ବଞ୍ଚିପାରନ୍ତି। ଗ୍ରେମାର ମୃତ୍ୟୁକୁ ନେଇ ସୋସିଆଲ ମିଡିଆରେ ବହୁ ପର୍ଯ୍ୟଟକଙ୍କ ଶ୍ରଦ୍ଧାଞ୍ଜଳୀର ସୁଅ ଛୁଟିଛି।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL