ଓଡ଼ିଶା

କମିଛି ଶୀତ ପ୍ରକୋପ, ବଢୁଛି ରାତି ତାପମାତ୍ରା

ଭୁବନେଶ୍ବର: ବଢୁଛି ରାତି ତାପମାତ୍ରା, କମିଛି ଶୀତ ପ୍ରକୋପ। ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା କ୍ରମଶଃ ବୃଦ୍ଧି ପାଇଛି ।  ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢିଛି ।  ଆଭ୍ୟନ୍ତର ଓ ପଶ୍ଚିମରେ ଶୀତ ପ୍ରକୋପ ଜାରି ରହିଥିବାବେଳେ ଉପକୂଳରେ ଶୀତରୁ ସାମାନ୍ୟ ଆଶ୍ବସ୍ତି ମିଳିଛି ।

ଆସନ୍ତା ୪ଦିନ ରାଜ୍ୟରେ ଏଭଳି ତାପମାତ୍ରା ଜାରି ରହିବ ।  ଏହାପରେ ପାରଦ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ।  ଫଳରେ ପୁଣି ଥରେ ଜାଡରେ ଥରିବ ସାରା ଓଡ଼ିଶା ।  ଡିସେମ୍ବର ପ୍ରଥମ ସପ୍ତାହରେ ପାଗ ଶୁଖିଲା ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL