ଭୁବନେଶ୍ବର: କୋରାପୁଟ ଜିଲ୍ଲାର ଲଙ୍କାପୁଟ ପ୍ରାଥମିକ ବିଦ୍ୟାଳୟର ୨୦ ଜଣ ହଷ୍ଟେଲ ଅନ୍ତେବାସୀ ସୋମବାର ସକାଳେ ନିଖୋଜ ହେବା ପରେ ଆତଙ୍କ ଖେଳିଯାଇଥିଲା।
ସ୍କୁଲ ପରିସର ଏବଂ ହଷ୍ଟେଲରେ ସମ୍ପୂର୍ଣ୍ଣ ଖୋଜାଖୋଜି କରିବା ପରେ କୌଣସି ଫଳାଫଳ ମିଳିନଥିଲା। ଯାହା ଫଳରେ କର୍ମଚାରୀମାନେ ଅଭିଭାବକମାନଙ୍କୁ ସୂଚନା ଦେବାପରେ ସେମାନେ ସ୍କୁଲରେ ପହଞ୍ଚିଥିଲେ। ପ୍ରାୟ ତିନି ଘଣ୍ଟା ଖୋଜାଖୋଜି କରିବା ପରେ ଶେଷରେ ଛାତ୍ରମାନଙ୍କୁ କୋଲାବ ଜଳଭଣ୍ଡାର ନିକଟବର୍ତ୍ତୀ ପ୍ରାୟ ୫ କିଲୋମିଟର ଦୂର ପଣ୍ଡି ଜଙ୍ଗଲରେ ଠାବ କରାଯାଇଥିଲା। ପରେ ସୁରକ୍ଷିତ ଭାବରେ ସେମାନଙ୍କୁ ହଷ୍ଟେଲକୁ ଫେରାଇ ଅଣାଯାଇଥିଲା।








