ଓଡ଼ିଶା

ଡିଭାଇଡରରେ ପିଟିହେଲା ବାଇକ, ଦୁଇ ମୃତ

ଭୁବନେଶ୍ବର: ଡିଭାଇଡରରେ ପିଟିହେଲା ବାଇକ ।  ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ। ଅନ୍ୟ ଜଣେ ଗୁରୁତର ।  ଭୁବନେଶ୍ବର ଶ୍ରୀଦେବୀ ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।  ମୃତକ ହେଲେ ପ୍ରୀତିରଞ୍ଜନ ଜେନା ଓ ଶୁଭମ ନାୟକ ।  ଉଭୟଙ୍କ ଘର ବଡଗଡ ଥାନା ପାଣିଟାଙ୍କି ବସ୍ତି ଅଞ୍ଚଳର ।

ଗତକାଲି ବିଳମ୍ବିତ ରାତି ୨ରୁ ୩ଟା ଭିତରେ ଦୁର୍ଘଟଣା ଘଟିଛି। ଜଣେ ସାଙ୍ଗ ୭ଦିନ ହେବ ଏକ ନୂଆ ବାଇକ୍ କିଣିଥିଲା ।  ସେହି ବାଇକରେ ୩ ଜଣ ଗଲା ବେଳେ ଦୁର୍ଘଟଣା ଘଟିଛି। ମୃତଦେହକୁ ଜବତ କରି ତଦନ୍ତ କରୁଛି ପୋଲିସ ।  ସେପଟେ ଭରତପୁର ଥାନା ଆଇଗିଣିଆ ଛକରେ ମଧ୍ୟ ବାଇକ ଦୁର୍ଘଟଣା। ଡିଭାଇଡରରେ ପିଟି ହୋଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଆଲୋକ କୁମାର ନାୟକ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL