ଓଡ଼ିଶା

ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲ ଫାଟକରେ ତାଲା ପକାଇଲେ ଛାତ୍ରଛାତ୍ରୀ

ରେଢ଼ାଖୋଲ : ଶିକ୍ଷକ ଦାବିରେ ସ୍କୁଲ ଫାଟକରେ ତାଲା ।   ଶିକ୍ଷକଙ୍କୁ ସ୍କୁଲ ଭିତରେ ରଖି ତାଲା ମାରିଲେ ଅଭିଭାବକ ।  ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବଂଶାଜାଳରେ ଥିବ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଘଟଣା ।  ସ୍କୁଲରେ ୫ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଥିଲେ ।  ସ୍କୁଲରୁ ପ୍ରଧାନ ଶିକ୍ଷକଙ୍କ ଅବସର ହେବା ପରେ ଆଉ ସ୍କୁଲରେ ଅଛନ୍ତି ୩ ଜଣ ଶିକ୍ଷୟତ୍ରୀ ଓ ଜଣେ ଶିକ୍ଷକ  l  ବାରମ୍ବାର ଅଭିଯୋଗ କରିଥିଲେ ବି ସମସ୍ୟାର ସମାଧାନ ନ ହେବାରୁ ବିଦ୍ୟାଳୟର ମୁଖ୍ୟ ଗେଟରେ ତାଲା ପକାଇଲେ ବିଦ୍ୟାଳୟର କମିଟି ମେମ୍ବର ଓ ଅଭିଭାବକ  l

ସ୍କୁଲରେ ଶିଶୁବାଟିକାରୁ ଅଷ୍ଟମ ଶ୍ରେଣୀ ପଯ୍ୟନ୍ତ ୧୪୪ ଜଣ ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି  l  ସ୍କୁଲରେ ପାଠ ପଢାଉଛନ୍ତି କେବଳ ୪ ଜଣ ଶିକ୍ଷକ  l  ସ୍କୁଲର ଛାତ୍ରଛାତ୍ରୀମାନେ ଆଜି ସକାଳ ୧୦ଟା ସମୟରୁ ଖରାରେ ବାହାରେ ବସିଛନ୍ତି ।  ସ୍କୁଲର ଉଚ୍ଚ ସ୍ତରୀୟ ଅଧିକାରୀଙ୍କୁ ଅଭିଭାବକ ମାନେ ଫୋନ ଯୋଗେ ଜଣାଇଥିଲେ କେବଳ ସି.ଆର.ସି ଆସିଛନ୍ତି  l  ଦୀର୍ଘ ପାଞ୍ଚ ଘଣ୍ଟା ପରେ ମଧ୍ୟ କେହି ଉଚ୍ଚ ପଦସ୍ଥ ଅଧିକାରୀ ଆସିନାହାନ୍ତି ।  ଅଭିଭାବକ ଓ ଜନସାଧାରଣଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଛି  l  ଗ୍ରାମୀଣ ଉନ୍ନୟନ ରାସ୍ତାକୁ ଅବରୋଧ କରି ଉତ୍ତେଜନା କରିଛନ୍ତି ଗ୍ରାମବାସୀ ଓ ଅଭିଭାବକ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL