ଓଡ଼ିଶା

ଶିକାରୀ ଗୁଳିରେ ଦନ୍ତା ମୃତ

ଅନୁଗୋଳ : ଅନୁଗୋଳରେ ପୁଣି ହାତୀ ମୃତ୍ୟୁ  | ପୋକୁଣ୍ଡା ରେଞ୍ଜ ମାଣିକଯୋଡି ପଞ୍ଚାୟତ ବାଲିସାହିରେ ଦନ୍ତା ହାତୀର ମୃତଦେହ ଉଦ୍ଧାର କରାଯାଇଛି  |  ହାତୀ ମେଳରୁ ଅଲଗା ହୋଇ ଧାନ ଫସଲ ଖାଉଥିଲା ହାତୀ | ଶିକାରୀ ଗୁଳିରେ ଦନ୍ତା ହାତୀ ମୃତ |  ଦନ୍ତା ହାତୀକୁ କେହି ଗୁଳି କରିଥିବା ସନ୍ଦେହ କରାଯାଇଛି  |

୪ ରାଉଣ୍ଡ ଗୁଳି ହୋଇଥିବା ଅନୁମାନ କରାଯାଉଛି |  ଦନ୍ତା ହାତୀର ବୟସ ୧୫ ବର୍ଷ ହେବ  |  କେମିତି ହେଲା ହାତୀର ମୃତ୍ୟୁ ତଦନ୍ତ ପରେ ଜଣାପଡିବ ବୋଲି କହିଛି  ବନବିଭାଗ  |  ହାତୀର ଶବ ବ୍ୟବଚ୍ଛେଦ ପରେ ସମ୍ପୂର୍ଣ୍ଣ କାରଣ ଜଣାପଡିବ କେମିତି ହେଲା ହାତୀର ମୃତ୍ୟୁ |  ଘଟଣା ସ୍ଥଳରେ ବନବିଭାଗ ପହଂଚି ତଦନ୍ତ ଚଳାଇଥିବା ଜଣାପଡିଛି  | ହାତୀ ଦେହରେ ୪  ଟି ଗୁଳି ବାଜିଛି  |

ଘଟଣା ସ୍ଥଳରେ RCCF, DFO ପହଂଚି ତଦନ୍ତ ଚଳାଇଛନ୍ତି  |  ହାତୀର ଶୁଣ୍ଢ ଓ ଦେହରେ ଗୁଳି ବାଜିଛି  |  ଓୟୁଏଟି  ର ଦୁଇଟି ବିଶେଷଜ୍ଞ ଓ ଅନୁଗୋଳ ଭେଟେନାରୀ ଟିମ ପହଂଚି ହାତୀ ଉପରେ ମେଟାଲ ଡିଟେକ୍ଟର ସାହାଯ୍ୟରେ ପରୀକ୍ଷା କରିଥିଲେ  |  ହାତୀ ଦେହରୁ ଗୁଳି ବାହାର କରାଯିବା ପରେ ଶବ  ବ୍ୟବଚ୍ଛେଦ କରାଯାଇଛି  |

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL