ଓଡ଼ିଶା

ହାଇଦ୍ରାବାଦ ଇନଭେଷ୍ଟର୍ସ ମିଟରୁ ଓଡ଼ିଶାକୁ ଆସିଲାଣି ୭୦ ହଜାର କୋଟିର ନିବେଶ

ଭୁବନେଶ୍ୱର : ରାଜ୍ୟକୁ ପୁଞ୍ଜିନିବେଶର ସୁଅ ।  ହାଇଦ୍ରାବାଦ ଇନଭେଷ୍ଟର୍ସ ମିଟରୁ ଓଡ଼ିଶାକୁ ଆସିଲାଣି ୭୦ ହଜାର କୋଟିର ନିବେଶ ।  ମାତ୍ର ୨ଦିନରେ ଏତେ ପରିମାଣର ନିବେଶ ଓଡ଼ିଶାର ଶିଳ୍ପନୀତି ପ୍ରତି ଶିଳ୍ପସଂସ୍ଥା ଆକୃଷ୍ଟ ହୋଇଥିବା ସ୍ପଷ୍ଟ ହୋଇଛି ।  ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶିଳ୍ପପତିଙ୍କ ସହ ପ୍ରାୟ ୨୫ ବୈଠକ କରିଛନ୍ତି ।  ୧୩ଟି ଏମଓୟୁ ସ୍ବାକ୍ଷର ହୋଇଥିବା ବେଳେ ଏଥିରେ ପ୍ରାୟ ୨୭ ହଜାର କୋଟିର ନିବେଶ ହେବ ।

ଏହା ମାଧ୍ୟମରେ ରାଜ୍ୟରେ ପ୍ରାୟ ୧୫ହଜାର ୯ଶହ ରୋଜଗାର ସୃଷ୍ଟି ହେବ ।  ସେହିପରି ପ୍ରାୟ ୪୦ହଜାର କୋଟିର ପ୍ରକଳ୍ପକୁ ମଞ୍ଜୁର କରାଯାଇଛି ।  ଶିଳ୍ପପତିଙ୍କ ସହ ୱାନ ଟୁ ୱାନ ଆଲୋଚନା କରିଛନ୍ତି ମୁଖ୍ଯମନ୍ତ୍ରୀ ମୋହନ ମାଝୀ ।  ଓଡ଼ିଶାର ଶିଳ୍ପ ଅନୁକୂଳ ନୀତି ଓ ଶିଳ୍ପକୁ ପ୍ରୋତ୍ସାହନ ଦ୍ବାରା ବଡ଼ ପରିମାଣର ପୁଞ୍ଜିନିବେଶ ନେଇ ହାଇଦ୍ରାବାଦ ଭରସା ଦେଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  ଏହି ସମୟ ମଧ୍ୟରେ ଫାର୍ମା ସିଟିକ୍ୟୁକାଲସ, କେମିକାଲ ଓ ଲଜିଷ୍ଟିକସ, ପ୍ରତିରକ୍ଷା, ବିରଳ ମୃତ୍ତିକା ପ୍ରୋସେସିଂ ଆଦି କ୍ଷେତ୍ରରେ ଶିଳ୍ପପତିଙ୍କ ସହ ଆଲୋଚନା କରିଛନ୍ତି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL