ଜାତୀୟ

ଭାରତ ପୂର୍ବାପେକ୍ଷା ଏବେ ଅଧିକ ସୁରକ୍ଷିତ, ଗତ ୧୨ ବର୍ଷରେ ହୋଇନି ବଡ଼ ଆତଙ୍କବାଦୀ ଆକ୍ରମଣ: ଅଜିତ ଡୋଭାଲ

ନୂଆଦିଲ୍ଲୀ: ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ କହିଛନ୍ତି ଯେ ଭାରତ ପିଛିଲା ଏକ ଦଶନ୍ଧୀ ହେଲା ଆତଙ୍କବାଦ ଉପରେ ପ୍ରଭାବୀ ନିୟନ୍ତ୍ରଣ ହାସଲ କରିଛି। ସେ କହିଛନ୍ତି ୨୦୧୩ ପରେ ଦେଶର ଆଭ୍ୟନ୍ତରୀଣ ଅଞ୍ଚଳରେ କୌଣସି ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇ ନାହିଁ। କେବଳ ଜମ୍ମୁ-କାଶ୍ମୀରକୁ ଛାଡି ଦେଲେ ସାରା ଦେଶରେ ସ୍ଥିତି ସ୍ଥିର ଓ ସୁରକ୍ଷିତ ରହିଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ସର୍ଦ୍ଦାର ପଟେଲ ମେମୋରିୟାଲ ଲେକଚରରେ ଗଭର୍ଣ୍ଣାନସ ଉପରେ ଦେଇଥିବା ଭାଷଣରେ ସେ ଏହା କହିଛନ୍ତି।

ଡୋଭାଲ କହିଛନ୍ତି ଯ ତଥ୍ୟ ସେଇଆ ରହିଛି ଓ ଏହା ବିବାଦିତ ହୋଇ ନପାରେ। ଭାରତ ଆତଙ୍କବାଦ ଉପରେ ପ୍ରଭାବୀ ନିୟନ୍ତ୍ରଣ ହାସଲ କରିଛି। ୧ ଜୁଲାଇ ୨୦୨୫ରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଥିଲା ଓ ଶେଷ ବଡ଼ ଆକ୍ରମଣ ୨୦୧୩ରେ ହୋଇଥିଲା। ତେବେ ମଝିରେ ମଝିରେ ଆତଙ୍କବାଦ ଆକ୍ରମଣ ପାଇଁ ପ୍ରୟାସ ନିଶ୍ଚିତ ହୋଇଛି, ହେଲେ ଏଥିରେ ଆତଙ୍କବାଦୀଙ୍କୁ ସଫଳତା ମିଳି ନାହିଁ। ଲୋକେ ଗିରଫ ହୋଇଛନ୍ତି ଓ ସେମାନଙ୍କଠାରୁ ବିସ୍ଫୋରକ ଏବଂ ଅସ୍ତ୍ରଶସ୍ତ୍ର ଜବତ ହୋଇଛି।

ଡୋଭାଲ କହିଛନ୍ତି ଯେ ୨୦୧୪ ତୁଳନାରେ ଦେଶରେ ବାମପନ୍ଥୀ ଉଗ୍ରବାଦ (ନକ୍ସଲବାଦ) ପ୍ରଭାବ ଅନେକ କମିଛି। ସେ କହିଛନ୍ତି ୨୦୧୪ ତୁଳନାରେ ଆଜି ନକ୍ସଲବାଦ କେବଳ ୧୧%ଅଞ୍ଚଳରେ ସୀମିତ ହୋଇଯାଇଛି। ପୂର୍ବରୁ ଯେଉଁ ଜିଲ୍ଲା ସବୁ ବାମପନ୍ଥୀ ଉଗ୍ରବାଦ ଘୋଷିତ ଥିଲେ, ସେଥିରୁ ଅଧିକାଂସ  ଏବେ ସୁରକ୍ଷିତ ଘୋଷିତ ହୋଇ ସାରିଲେଣି। ଏହା ଭାରତର ଆଭ୍ୟନ୍ତରୀଣ ସୁରକ୍ଷାରେ ଏକବଡ଼ ପରିବର୍ତ୍ତନ। ଅଜିତ ଡୋଭାଲ କହିଛନ୍ତି ସୁରକ୍ଷାର ଅର୍ଥ କେବଳ ସୁରକ୍ଷାତ୍ମକ ବ୍ୟବସ୍ଥା ନୁହେଁ ବରଂ ସବୁ ଭାରତୀୟ  ସୁରକ୍ଷିତ ଅନୁଭବ କରିବା ମଧ୍ୟ ସେତିକି ଜରୁରି।

ତାଙ୍କର କହିବା କଥା ହେଲା କେବଳ ସୁରକ୍ଷା ଉପାୟ ପର୍ଯ୍ୟାପ୍ତ ନୁହେଁ। ଆମକୁ ଏପରି ପରିବେଶ ସୃଷ୍ଟି କରିବାକୁ ପଡିବ ଯେଉଁଥିରେ ପ୍ରତିଟି ଭାରତୀୟ ଅନ୍ତରୀଣ ଓ ବାହ୍ୟ ସ୍ତରରୁ ବିପଦମୁକ୍ତ ଅନୁଭବ କରୁଥିବ। ଏଣୁ ଆମେ ଏପରି ନୀତି ଓ ଆଇନ ଆବଶ୍ୟକ କରୁଛୁ ଯାହା ନା କେବଳ ବିପଦର ମୁକାବିଲା କରିବ ବରଂ ଏହି ବାର୍ତ୍ତା ମଧ୍ୟ ଦେବ ଯେ ଭାରତ ଯେ କୌଣସି ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପ୍ରସ୍ତୁତ। ଡୋଭାଲ କହିଛନ୍ତି ଭାରତ ଏବେ ‘ଡିଟୋରାନ୍ସ’ ଅର୍ଥାତ ନିବାରକ କ୍ଷମତା ସ୍ଥାପିତ କରିବାରେ ସକ୍ଷମ ହୋଇଛି। ସେ  କହିଛନ୍ତି ଏବେ ଦେଶର ନା କେବଳ ଆକ୍ରମଣ ଜବାବ ଦେବାର କ୍ଷମତା ରହିଛି ବରଂ ଶତ୍ରୁକୁ ଏହା ବୁଝାଇବାକୁ ସକ୍ଷମ ଯେ ଭାରତ ନିଜର ରାଷ୍ଟ୍ରୀୟ ହୀତ ରକ୍ଷା ନିମନ୍ତେ କୌଣସି ସ୍ତର ପର୍ଯ୍ୟନ୍ତ ମଧ୍ୟ ଯାଇ ପାରିବ।  

ଡୋଭାଲ ତାଙ୍କ ଭାଷଣରେ ପଡୋଶୀ ଦେଶ ଶ୍ରୀଲଙ୍କା, ନେପାଳ ଓ ବାଂଲାଦେଶ କଥା ମଧ୍ୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଏହି ଦେଶମାନେ ଅସ୍ଥିର ହେବାର କାରଣ ସେମାନଙ୍କ ‘ଖରାପ ଶାସନ’। ଏହା ଦେଖାଉଛି ଦେଶରେ ସୁଶାସନ କେତେ ଜରୁରି। ତାଙ୍କ ସମ୍ବୋଧନ ଶେଷରେ ଅଜିତ ଡୋଭାଲ କହିଛନ୍ତି ଯେ ଭାରତର ସୁରକ୍ଷା ନୀତିର ମୂଳ ସିଦ୍ଧାନ୍ତ ହେଉଛି କୌଣସି ବିପଦକୁ ରୋକିପାରିବା ଓ ପ୍ରତ୍ୟେକ ନାଗରିକଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରିବା। ଭାରତ ଆତଙ୍କବାଦ, ଉଗ୍ରବାଦ ଓ ବାହ୍ୟ ଆକ୍ରମଣ ଉପରେ ନିୟନ୍ତ୍ରଣ ହାସଲ ସହିତ ବୈଶ୍ୱିକ ସ୍ତରରେ ମଧ୍ୟ ନିଜ ସୁରକ୍ଷା କ୍ଷମତାକୁ ମଜଭୁତ କରିଛି।

ଏନଏସଏ ଅଜିତ ଡୋଭାଲଙ୍କ ଏହି ବୟାନ ଏପରି ସମୟରେ ଆସିଛି ଯେତେବେଳେ ଦେଶର ଅନ୍ତରୀଣ ସୁରକ୍ଷା, ସୀମାରେ ଉତ୍ତେଜନା ଓ ଅନ୍ତର୍ଜାତୀୟ ଆତଙ୍କବାଦକୁ ନେଇ ଲଗାତାର ଚର୍ଚ୍ଚାରେ ରହିଛି। ଡୋଭାଲଙ୍କ ଅନୁସାରେ ଭାରତ ଏବେ ଏକ ଏପରି ସମୟରେ ଅଛି ଯେତେବେଳେ ଆତଙ୍କବାଦର ଚେର ଦୁର୍ବଳ ହୋଇପଡିଛି ଓ ନକ୍ସଲବାଦର ପ୍ରଭାବ ପାଖାପାଖି ସମାପ୍ତ ହେବା ଉପରେ। ଏହା କେବଳ ଭାରତର ସୁରକ୍ଷା ଏଜେନ୍ସୀ, ନୀତିଗତ ନିଷ୍ପତ୍ତି ଓ ଜନତାଙ୍କ ସହଯୋଗରେ ସମ୍ଭବ ହୋଇଛି ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL