ଜିନ୍‌ପିଙ୍ଗଙ୍କୁ ଭେଟିବା ପରେ ଟ୍ରମ୍ପ ଚୀନ ଉପରୁ ଶୁଳ୍କ ହ୍ରାସ କରିଛନ୍ତି। ସେ କହିଥିଲେ ଯେ, “ଚୀନ ସହିତ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ବାଣିଜ୍ୟ ଚୁକ୍ତି ଉପରେ ଖୁବ୍ ଶୀଘ୍ର ଭଲ ଖବର ମିଳିବ। ଆପଣ ଜାଣନ୍ତି, ମୁଁ ଫେଣ୍ଟାନିଲ୍ ଯୋଗୁଁ ଚୀନ ଉପରେ ୨୦ପ୍ରତିଶତ ଶୁଳ୍କ ଲାଗୁ କରିଥିଲି। କିନ୍ତୁ ସେମାନଙ୍କ ମୋ କଥା ଶୁଣିବା ପରେ, ମୁଁ ଏହାକୁ ୧୦ ପ୍ରତିଶତ ହ୍ରାସ କରିଛି, ଯାହା ତୁରନ୍ତ କାର୍ଯ୍ୟକାରୀ ହେବ।”