କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ପଲିଥିନ କାରଖାନାରେ ଲାଗିଲା ନିଆଁ । ଘଟଣାସ୍ଥଳରେ ଦମକଳ କେନ୍ଦ୍ର ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଗୁଜରପୁରଠାରେ ଥିବା ଏକ ପଲିଥିନ ଉତ୍ପାଦନ ୟୁନିଟ ‘ଜଗା କାଳିଆ ପଲିପ୍ୟାକ୍ ଏଣ୍ଟରପ୍ରାଇଜେସ’ ରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଖବର ପାଇ କଟକ ଏବଂ ଚାଉଳିଆଗଞ୍ଜ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଦୀର୍ଘ ସମୟର ଉଦ୍ୟମ ପରେ ନିଆଁ ଆୟତ୍ତ ହୋଇଥିବା ସୂଚନା ମିଳିଛି।ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଅଛି । ସର୍ଟସର୍କିଟରୁ ନିଆଁଲାଗିଥିବା ସନ୍ଦେହ କରାଯାଉଛି।
You may also like
ଓଡ଼ିଶା
୯.୫% ହାରରେ ବଢ଼ିବ ଓଡ଼ିଶା: ମୁଣ୍ଡପିଛା ଆୟ ୩୨ ଲକ୍ଷ ଟଙ୍କା ହେବ, ବହୁମୁଖୀ ଦାରିଦ୍ର୍ୟ ୫%କୁ ଖସିବ
- February 18, 2026
- 0 Comments
ଓଡ଼ିଶା
ହାୱଡ଼ା–ଟିଟିଲାଗଡ଼ ଇସ୍ପାତ ଏକ୍ସପ୍ରେସ୍ ଜୁନାଗଡ଼ ରୋଡ ପର୍ଯ୍ୟନ୍ତ ବିସ୍ତାରିତ, ୨୧ ଫେବ୍ରୁଆରିରୁ ମିଳିବ ନୂତନ ସୁବିଧା
- February 18, 2026
- 0 Comments




