ଓଡ଼ିଶା

ନୂଆବର୍ଷରେ କଟକରେ ବୋମା ମାଡ଼, ଗ୍ରାମବାସୀ ଆତଙ୍କିତ

କଟକ: କଟକ ବାଙ୍କି ଅଞ୍ଚଳର ତାଳବସ୍ତା ଗାଁରେ ଏକ ଘର ଉପରେ ବୋମା ମାଡ଼ ପରେ ଆତଙ୍କିତ ହୋଇପଡିଛନ୍ତି ଗ୍ରାମବାସୀ। କିଛି ଦୁର୍ବୃତ୍ତମାନେ ଚିନ୍ତାମଣି ବେହେରାଙ୍କ ଘର ଉପରେ ବୋମା ଫିଙ୍ଗି ପଳାଇ ଥିଲେ। ଘରର ସଦସ୍ୟ ମାନେ ଅଳ୍ପକେ ବର୍ତ୍ତି ଯାଇଥିଲା ବେଳେ ସମ୍ପତ୍ତିର ବ୍ୟାପକ କ୍ଷତି ହୋଇଥିବା ଜଣାପଡ଼ିଛି। ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଉକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି।

ସୂଚନା ଅନୁଯାୟୀ, ତାଳବସ୍ତାର ଗ୍ରାମବାସୀମାନେ ନବବର୍ଷ ସେଲିବ୍ରେଶନ କରୁଥିବା ସମୟରେ ବିସ୍ଫୋରଣର ଏକ ଜୋରଦାର ଶବ୍ଦ ଶୁଣିଥିଲେ। ବିସ୍ଫୋରଣରେ କାନ୍ଥ, ଦ୍ୱାର, ଝରକା ଏବଂ ଘରର ଆସବାବପତ୍ର ଭାଙ୍ଗିଯାଇଥିବା ଦେଖିବାକୁ ମିଳିଥିଲା। ଆକ୍ରମଣ ସମୟରେ ପରିବାରର କୌଣସି ସଦସ୍ୟଙ୍କ କ୍ଷତି ହୋଇନଥିଲା।

ଆକ୍ରମଣ ପୂର୍ବ ଶତ୍ରୁତାରୁ ହୋଇଥାଇପାରେ ବୋଲିବସ୍ଥାନୀୟ ଲୋକମାନେ କହିଛନ୍ତି। ଏଥିସହିତ ଗ୍ରାମବାସୀ ଆକ୍ରମଣ କାରୀଙ୍କ ବିରୁଦ୍ଧରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ମଧ୍ୟ କରିଛନ୍ତି। ସୂଚନା ପାଇ ବାଙ୍କି ପୋଲିସ ତୁରନ୍ତ ଗାଁକୁ ଯାଇ ତଦନ୍ତ ଆରମ୍ଭ କରିଥିଲା। ଅପରାଧୀଙ୍କୁ ଚିହ୍ନଟ କରି ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛି ପୋଲିସ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL