ଓଡ଼ିଶା

ନିର୍ମାଣଧିନ ପୋଲ ମାଟି ଭୁଶୁଡି ଦମ୍ପତି ମୃତ, ୧୨ ଘଣ୍ଟା ପରେ ମୃତଦେହ ଉଦ୍ଧାର

ବାଲିଗୁଡା: ୧୨ ଘଣ୍ଟା ପରେ ମାଟି ତଳୁ ଉଦ୍ଧାର ହେଲା ମୃତଦେହ । ମୁଣ୍ଡ ବିହୀନ ମୃତ ଦେହ ଉଦ୍ଧାର କଲା ରେସକ୍ୟୁ ଟିମ୍ । ଗତକାଲି କନ୍ଧମାଳ ଜିଲ୍ଲା ବାଲିଗୁଡା କଟାରିସାହି ନିକଟରେ ଥିବା ଜାଡାବାନ୍ଦା ଘାଟରେ ନିର୍ମାଣଧିନ ବ୍ରିଜରେ ମାଟି ଭୁଶୁଡି ପୋତି ହୋଇଯାଇଥିଲେ ଦମ୍ପତି ।

ଗତକାଲି ସ୍ତ୍ରୀ ୟେଲମାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ସ୍ୱାମୀ କୃଷ୍ଣୟାଙ୍କ କୌଣସି ସନ୍ଧାନ ମିଳିପାରିନଥିଲା  ।  ରାତି ତମାମ ପୋଲିସ,ଅଗ୍ନିଶମ ବାହିନୀଙ୍କ ଉପସ୍ଥିତିରେ ମେସିନ ସହାୟତାରେ ବେସ୍ ୱାଲ ନିକଟରୁ ମାଟି କଢ଼ା ଯାଇଥିଲା । ଅନ୍ଧାର ହୋଇଯିବାରୁ ଟାୱାର ଲାଇଟ ସହାୟତାରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଥିଲା  ।  ବେସ୍ ୱାଲ ନିକଟରେ ପାଖାପାଖି ୨୫ ରୁ ୩୦ ଫୁଟ ଖୋଳିବା ପରେ କୃଷ୍ଣୟାଙ୍କ ଖଣ୍ଡବିଖଣ୍ଡିତ ମୃତ ଦେହ ଉଦ୍ଧାର କରାଯାଇଛି ।  ମୃତ ଦମ୍ପତି ହାଇଦ୍ରାବାଦର ନାଲଗୋଣ୍ଡା ଜିଲ୍ଲାର ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL