ଓଡ଼ିଶା

ମଧୁ ବାବୁ ପେନ୍‌ସନ୍ ଯୋଜନାରେ ପଡ଼ି ରହିଥିବା ଆବେଦନ ଯାଞ୍ଚ କରି ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ମଧୁ ବାବୁ ପେନ୍‌ସନ୍ ଯୋଜନାରେ ପଡ଼ି ରହିଥିବା ଆବେଦନଗୁଡ଼ିକର ଯାଞ୍ଚ ପାଇଁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ବିଭାଗୀୟ ସଚିବ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଆବେଦନଗୁଡ଼ିକର ତୁରନ୍ତ ଯାଞ୍ଚ କରିବାକୁ କହିଛନ୍ତି।

ସୂଚନା ଅନୁଯାୟୀ, ମଧୁ ବାବୁ ପେନ୍‌ସନ୍ ଯୋଜନାରେ ଏଯାବତ୍‌ ୬୩ ହଜାର ୮୪୮ଟି ଆବେଦନ ପଡ଼ି ରହିଛି। ଏହି ଆବେଦନଗୁଡ଼ିକୁ ମିଶନ ମୋଡ୍‌ରେ ଯାଞ୍ଚ କରି ଶୀଘ୍ର ପଦକ୍ଷେପ ନେବାକୁ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

ଆସନ୍ତା ୧୮ ତାରିଖ ସୁଦ୍ଧା ସମସ୍ତ ପଡ଼ି ରହିଥିବା ଆବେଦନର ଯାଞ୍ଚ ଶେଷ କରିବାକୁ ଚିଠିରେ ସ୍ପଷ୍ଟ କରାଯାଇଛି। ଯୋଗ୍ୟ ହିତାଧିକାରୀମାନେ ଯେପରି ପେନ୍‌ସନ୍ ଯୋଜନାର ସୁବିଧା ପାଇବାରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ଯାଞ୍ଚ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଉପରେ ବିଭାଗ ଗୁରୁତ୍ୱ ଦେଇଛି।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL