ଓଡ଼ିଶା

ହସ୍ପିଟାଲ ଛାତରୁ ଡେଇଁ ପ୍ରାଣ ହରାଇଲେ ରୋଗୀ

ରାଉରକେଲା: ସହରର ଘରୋଇ ହସ୍ପିଟାଲରେ ଘଟିଛି ବଡ଼ ଅଘଟଣ। ୪ ମହଲାରୁ ଜଣେ ରୋଗୀ ଡେଇଁ ପ୍ରାଣ ହରାଇଛନ୍ତି। ମୄତକ ବାଇକ ଦୁର୍ଘଟଣାରେ ଚିକିତ୍ସିତ ହେଉଥିଲେ। ଉକ୍ତ ବ୍ୟକ୍ତି କାହିଁକି ଏଭଳି ଚରମ ନିଷ୍ପତ୍ତି ନେଲେ ତାହାର କାରଣ ଅସ୍ପଷ୍ଟ ରହିଛି।

ସୂଚନା ଅନୁସାରେ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ସହରର ଏକ ଘରୋଇ ହସ୍ପିଟାଲର ଚତୁର୍ଥ ମହଲାରୁ ଖସିପଡ଼ି ଜଣେ ବାଇକ୍ ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କର ମୃତ୍ୟୁ ଘଟିଛି। ଏକ ବାଇକ୍ ଦୁର୍ଘଟଣାରେ ଆହତ ହୋଇ ସେଠାରେ ଚିକିତ୍ସିତ ହେଉଥିବା ବେଳେ ଗୁରୁବାର ରାତିରେ ସେ କୌଣସି ପ୍ରକାରେ ତଳକୁ ଖସି ପଡ଼ିଥିଲେ।

ହେଲେ ଚିକିତ୍ସାଧୀନ ଅବସ୍ଥାରେ କାହିଁକି ଏଭଳି ଚରମ ନିଷ୍ପତ୍ତି ନେଲେ ତାହାର କାରଣ ଅସ୍ପଷ୍ଟ ରହିଛି। ସେପଟେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହସ୍ପିଟାଲ ପରିସରରେ ଏତେ ସଂଖ୍ୟକ କର୍ମଚାରୀ ଓ ସୁରକ୍ଷାକର୍ମୀ ଥାଇ ସୁଦ୍ଧା କିପରି ଜଣେ ରୋଗୀ ମହଲା ଉପରୁ ଖସିଲେ ତାହାକୁ ନେଇ ସୁରକ୍ଷା ବ୍ୟବସ୍ଥା ସନ୍ଦେହଘରକୁ ଆସିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି। ଏହା ଆତ୍ମହତ୍ୟା ନା ଅନ୍ୟ କୌଣସି କାରଣ, ପୋଲିସ ତାହା ଯାଞ୍ଚ କରୁଛି।

 

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL