ଜାତୀୟ

କ୍ୟାନସରକୁ ହରାଇବ ମଡେର୍ଣ୍ଣା ଟିକା

ନୂଆଦିଲ୍ଲୀ : କ୍ୟାନସରକୁ ହରାଇବ ମଡେର୍ଣ୍ଣା ଟିକା । ମଡେର୍ଣ୍ଣା ଏବଂ ମର୍କ କମ୍ପାନୀର କ୍ୟାନସର ଟିକା ‘ଇନଟିସମେରାନ୍’  ଏକ ଐତିହାସିକ ଶେଷ ପର୍ଯ୍ୟାୟ ବା ଫେଜ୍-୩ କ୍ଲିନିକାଲ୍ ପରୀକ୍ଷାରେ ସଫଳତା ପାଇଛି । ଏହି ବଡ଼ ସଫଳତା ଯୋଗୁଁ ବିଶ୍ୱର ପ୍ରଥମ ବ୍ୟକ୍ତିଗତ ମେସେଞ୍ଜର  mRNA କ୍ୟାନସର୍ ଟିକା ସାଧାରଣ ଲୋକଙ୍କ ବ୍ୟବହାର ପାଇଁ ଅତି ନିକଟତର ହୋଇଛି ।

କ୍ୟାନସର୍ ଚିକିତ୍ସା କ୍ଷେତ୍ରରେ ଏହା ଏକ ବିରାଟ ପରିବର୍ତ୍ତନ । ସମସ୍ତଙ୍କ ପାଇଁ ସମାନ ଔଷଧ ବଦଳରେ, ଏହି ଚିକିତ୍ସା ରୋଗୀର ଶରୀର ହିସାବରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଏ ।  ଏହି ବଡ଼ ବିଶ୍ୱସ୍ତରୀୟ ପରୀକ୍ଷାରେ ୧,୧୩୭ ଜଣ ଉଚ୍ଚ-ଆଶଙ୍କା ଥିବା ରୋଗୀ ସାମିଲ ହୋଇଥିଲେ। ଯେଉଁମାନଙ୍କର ସାଙ୍ଘାତିକ ଚର୍ମ କ୍ୟାନସର୍ (ମେଲାନୋମା) ଅପରେସନ୍ ଦ୍ୱାରା ବାହାର କରାଯାଇଥିଲା । ରୋଗୀଙ୍କର ଗୋଟିଏ ଗ୍ରୁପ୍ କୁ କେବଳ ସାଧାରଣ ଇମ୍ୟୁନୋଥେରାପି ଔଷଧ ‘କିଟ୍ରୁଡା’ଦିଆଯାଇଥିଲା । ଅନ୍ୟ ଗ୍ରୁପ୍ କୁ କିଟ୍ରୁଡା ସହିତ ମଡର୍ଣ୍ଣାର ଏହି ସ୍ୱତନ୍ତ୍ର କ୍ୟାନ୍ ସର୍ ଟିକାର ୯ଟି ଡୋଜ୍ ପର୍ଯ୍ୟନ୍ତ ଦିଆଯାଇଥିଲା । ଏହି ଦୁଇଟି ଔଷଧର ମିଶ୍ରଣ ଯୋଗୁଁ ରୋଗୀଙ୍କ ଶରୀରରେ କ୍ୟାନସର୍ ଫେରିବା ସମୟ ସୀମା ବଢ଼ିଥିଲା । ଏହାର ଅର୍ଥ କ୍ୟାନସର୍ ପୁଣିଥରେ ଫେରିବା ପ୍ରକ୍ରିୟା ବହୁତ କମିଲା ବା ବନ୍ଦ ହୋଇଗଲା । ଏହା ଶରୀରର ଅନ୍ୟ ଅଙ୍ଗକୁ କ୍ୟାନ୍ସର୍ ବ୍ୟାପିବାକୁ ମଧ୍ୟ ରୋକିବାରେ ସଫଳ ହେଲା ।

ଏହା ରୋଗ ଭଲ କରିବା ପାଇଁ ଏକ ଚିକିତ୍ସା ଟିକା ବା କ୍ୟାନସର୍ ନ ହେବା ପାଇଁ ପ୍ରତିଷେଧକ ଟିକା ନୁହେଁ । ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ପାଇଁ ଏକ ସ୍ୱତନ୍ତ୍ର “ୱାଣ୍ଟେଡ୍ ପୋଷ୍ଟର” ଭଳି କାମ କରେ ।  ଏହି ଟିକା ଶରୀରରେ ଦିଆଯିବା ପରେ, ଏହା ରୋଗୀର ରୋଗ ପ୍ରତିରୋଧକ କୋଷଗୁଡ଼ିକୁ ଶରୀରରେ ଲୁଚି ରହିଥିବା ଅତି ସୂକ୍ଷ୍ମ କ୍ୟାନସର୍ କୋଷଗୁଡ଼ିକୁ ଖୋଜି ଖୋଜି ନଷ୍ଟ କରିଥାଏ। ଏହାକୁ କ୍ୟାନସର୍ ଚିକିତ୍ସାରେ ନୂଆ ଯୁଗ ବୋଲି କୁହାଯାଉଛି। ଏହି ବଡ଼ ବୈଜ୍ଞାନିକ ସଫଳତା ଯୋଗୁଁ ମଡର୍ଣ୍ଣା କମ୍ପାନୀର ସେୟାର ମୂଲ୍ୟ ଗୋଟିଏ ଦିନରେ ୯୦% ରୁ ଅଧିକ ବଢ଼ିଯାଇଛି । ଚର୍ମ କ୍ୟାନସର୍ ରେ ଏହା ଭଲ କାମ କରିଥିବାରୁ, ମଡର୍ଣ୍ଣା ଏବଂ ମର୍କ କମ୍ପାନୀ ଏବେ ଫୁସଫୁସ କ୍ୟାନ୍ ସର୍, ବ୍ଲାଡର କ୍ୟାନ୍ ସର୍ ଏବଂ କିଡନୀ କ୍ୟାନ୍ ସର୍ ପାଇଁ ମଧ୍ୟ ଏହାର ପରୀକ୍ଷା ଆରମ୍ଭ କରିଦେଲେଣି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL