ଜାତୀୟ

ନେପାଳରେ ହିମସ୍ଖଳନ; ୧୦ ନିଖୋଜ

କାଠମାଣ୍ଡୁ: ପଶ୍ଚିମ ନେପାଳର ତିବ୍ବତ ସୀମା ନିକଟସ୍ଥ ହିମଲୁଙ୍ଗ ହିମାଲର ବେସ୍ କ୍ୟାମ୍ପରେ ରବିବାର ସକାଳେ ଭୟଙ୍କର ହିମସ୍ଖଳନ ଘଟିଛି। ଏହି ଘଟଣାରେ ଅତି କମରେ ୧୦ ଜଣ ନିଖୋଜ ଥିବା ସୂଚନା ମିଳିଛି। ନିଖୋଜଙ୍କ ମଧ୍ୟରେ ଜଣେ ଆୟୋଜକଙ୍କ କିଚେନ୍‌ର ଦୁଇଜଣ କର୍ମଚାରୀ ମଧ୍ୟ ଥିବା କୁହାଯାଉଛି। ଆୟୋଜକ ମିଙ୍ଗମା ଗ୍ୟାଲଜେ ଶେର୍ପାଙ୍କ ସୂଚନା ଅନୁଯାୟୀ, ଗତ ସପ୍ତାହରେ ଖରାପ ପାଣିପାଗ ନେଇ ସତର୍କ ସୂଚନା ଜାରି ହେବା ପରେ ଅଭିଯାନକାରୀ ଦଳ ଓ ଦଉଡ଼ି ଲଗାଇବାରେ ନିୟୋଜିତ ଟିମ୍‌କୁ ବେସ୍ କ୍ୟାମ୍ପରୁ ଖାଲି କରାଯାଇଥିଲା। ତେବେ କିଛି ଲୋକ ସେଠାରେ ରହିଯାଇଥିଲେ। ପରେ ରବିବାର ସକାଳେ ହିମସ୍ଖଳନ ଘଟିଥିବା ଜଣାପଡ଼ିଛି।

ହିମଲୁଙ୍ଗ ହିମାଲ ନେପାଳର ମନାଙ୍ଗ ଜିଲ୍ଲାରେ ଅବସ୍ଥିତ ଏବଂ ଏହାର ଉଚ୍ଚତା ପ୍ରାୟ ୭,୧୨୬ ମିଟର। ଏଠାରେ ଗତ କିଛିଦିନ ଧରି ପ୍ରବଳ ତୁଷାରପାତ ଜାରି ରହିଥିଲା। ଖରାପ ପାଣିପାଗ ଯୋଗୁଁ ପର୍ବତାରୋହୀ ଓ ଟ୍ରେକରମାନଙ୍କୁ ନିଜ ଅଭିଯାନ ବନ୍ଦ ରଖିବାକୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ଏପଟେ ନେପାଳର ପାହାଡ଼ିଆ ଅଞ୍ଚଳରେ ବରଫପାତ ସହ ସମତଳ ଅଞ୍ଚଳରେ ଲଗାତାର ବର୍ଷା ହେଉଛି। ଏହାର ପ୍ରଭାବରେ ଅନେକ ରାସ୍ତା ପ୍ରଭାବିତ ହୋଇଛି ଏବଂ କେତେକ ସ୍ଥାନରେ ଯାତାୟାତ ବନ୍ଦ ରହିଛି। ହିମଲୁଙ୍ଗ ଅଞ୍ଚଳକୁ ହେଲିକପ୍ଟର ଯୋଗେ ପହଞ୍ଚିବା ପାଇଁ ଅତିରିକ୍ତ ଅନୁମତି ଆବଶ୍ୟକ ହେଉଥିବାରୁ ଉଦ୍ଧାର କାର୍ଯ୍ୟରେ ମଧ୍ୟ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି।ହିମସ୍ଖଳନରେ ନିଖୋଜ ଲୋକମାନେ ବିଭିନ୍ନ ଅଭିଯାନକାରୀ କମ୍ପାନୀ ସହ ଜଡ଼ିତ ଥିବା ଜଣାପଡ଼ିଛି। ତେବେ ନିଖୋଜଙ୍କ ପ୍ରକୃତ ସଂଖ୍ୟା ଓ ସେମାନଙ୍କ ସମ୍ପର୍କରେ ଅଧିକ ତଥ୍ୟ ଉଦ୍ଧାର କାର୍ଯ୍ୟ ଆଗକୁ ବଢ଼ିବା ପରେ ସ୍ପଷ୍ଟ ହେବ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL